ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହାବୀର ୟୁଥ୍ କ୍ଲବ୍‌ରେ ୫୨ତମ ଗଣେଶ ପୂଜା ଅନୁଷ୍ଠିତ

ଢେଙ୍କାନାଳ, 14/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
ତା. ୧୪/୯ : ଢେଙ୍କାନାଳ ସହରର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍‌ ପରିସରରେ ଶ୍ରୀଶ୍ରୀ ବିଘ୍ନରାଜ ଗଣପତିଙ୍କ ୫୨ତମ ପୂଜାର୍ଚ୍ଚନା ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା, ଗଣେଶଙ୍କ ଷୋଡ଼ଶୋପଚାର ପୂଜା, ହୋମଯଜ୍ଞ ସହ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ଚଳିତ ବର୍ଷ ରୂପା ଅଳଙ୍କାରରେ ସଜ୍ଜିତ ଶ୍ରୀଗଣେଶଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ସମାଗମ ହୋଇଥିଲା। ପୂଜକ କବି ରୁଦ୍ର ନାରାୟଣ କବିଶତପଥୀଙ୍କ ପୌରୋହିତ୍ୟରେ କର୍ତ୍ତା ଜି. କେସ୍ପର ରାଓ ଓ କର୍ତ୍ତୀ ମାଧବୀ ରାଓଙ୍କ ସମେତ ପୂଜାକାର୍ଯ୍ୟ ସମ୍ପାଦିତ ହୋଇଥିଲା। ଏହି ପୂଜା ଉତ୍ସବକୁ କ୍ଲବ୍‌ର ସଭାପତି ଜି. ପରମେଶ୍ୱର ରାଓ, ସମ୍ପାଦକ ବୀରବର ସାହୁଙ୍କ ସମେତ ସଦସ୍ୟ ଲୋକନାଥ ଦଳେଇ, ପ୍ରଭାତ ଦଳେଇ, ଓମ୍ ପ୍ରକାଶ ପାଣ୍ଡେ, ଚିନ୍ତାମଣି ସାହୁ, ପ୍ରକାଶ ସାହୁ, ଦିଲ୍ଲୀପ ଖଟୁଆ, ହୃଦାନନ୍ଦ ଦଳେଇ, ଦୁର୍ଗା ପ୍ରସାଦ ସାହୁ, ଦ୍ୱାରିକା ପ୍ରସାଦ ସାହୁ ପ୍ରମୁଖ ପରିଚାଳନା କରୁଛନ୍ତି।
10