ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଚନ୍ଦନ ବଜାର ଜୟ ଜଗନ୍ନାଥ କ୍ଲବ୍ ପକ୍ଷରୁ ୪୧ତମ ଗଣେଶ ପୂଜା ଅନୁଷ୍ଠିତ

ଢେଙ୍କାନାଳ, 14/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତା. ୧୪/୯: ଢେଙ୍କାନାଳ ସହରର ଚନ୍ଦନ ବଜାରସ୍ଥିତ ଜୟ ଜଗନ୍ନାଥ କ୍ଲବ୍ ପକ୍ଷରୁ ୪୧ତମ ଗଣେଶ ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି ଅବସରରେ କଳସ ପୂଜା, ମଣ୍ଡଳ ପୂଜା, ଶ୍ରୀଗଣେଶଙ୍କ ଷୋଡ଼ଶ ଉପଚାର ପୂଜା, ହୋମଯଜ୍ଞ ସହ ବିଭିନ୍ନ ପ୍ରକାରର ଭୋଗ ଅର୍ପଣ କରାଯାଇଥିଲା। ଚଳିତ ବର୍ଷ ଶ୍ରୀଗଣେଶଙ୍କୁ ବାଲ୍ ଗଣେଶ ରୂପରେ ସୁସଜ୍ଜିତ କରାଯାଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ବିଶେଷ ଆକର୍ଷଣ ପ୍ରକାଶ ପାଇଛି। କର୍ତ୍ତା କୃଷ୍ଣଚନ୍ଦ୍ର ବେହେରା ଓ ପୂଜକ ସିପୁନ୍ ନନାଙ୍କ ଦ୍ୱାରା ପୂଜାବିଧି ସମ୍ପାଦନ କରାଯାଉଛି। ପୂଜା କାର୍ଯ୍ୟକ୍ରମକୁ କ୍ଲବ୍‌ର ସଭାପତି ଅମରେନ୍ଦ୍ର ସାହୁ, ସମ୍ପାଦକ ଲକ୍ଷ୍ମୀକାନ୍ତ ମେହର, କୋଷାଧ୍ୟକ୍ଷ ପ୍ରକାଶ ବେହେରା, ସହସମ୍ପାଦକ ପ୍ରୀତି ପ୍ରିୟାଶୁ ଦଳେଇଙ୍କ ସମେତ କାର୍ଯ୍ୟକର୍ତ୍ତା ମୁନା ଦଳେଇ, ମୁନା ଖାନ୍, ଉମାକାନ୍ତ ସାମଲ, ଅନ୍ତର୍ଯ୍ୟାମୀ ଦଳେଇ ପ୍ରମୁଖ ପରିଚାଳନା କରୁଛନ୍ତି। ଏହି ଗଣେଶ ପୂଜା ୭ ଦିନ ଧରି ଚାଲିବ। ଆସନ୍ତାକାଲି, ମଙ୍ଗଳବାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।
19