ଢେଙ୍କାନାଳ, 14/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) : ତା- ୧୪/୯ : ସଦର ବ୍ଲକ୍ ଅନ୍ତର୍ଗତ କାଙ୍କଡପାଳ ନୂଆସାହିରେ ବଜରଙ୍ଗ କ୍ଲବ୍ ପକ୍ଷରୁ ବିଘ୍ନରାଜ ଶ୍ରୀ ଶ୍ରୀ ଗଣପତିଙ୍କ ୩୬ତମ ଗଣେଶ ପୂଜା ଉତ୍ସବ ଧୁମଧାମରେ ପାଳିତ ହେଉଛି। ଚଳିତ ବର୍ଷ ପ୍ରଭୁ ଶ୍ରୀଗଣେଶଙ୍କୁ ବିଠଲ ଭଗବାନଙ୍କ ରୂପରେ ସଜ୍ଜିତ କରାଯାଇଛି।
ପୂଜକ ପ୍ରମୋଦ କୁମାର ପଣ୍ଡାଙ୍କ ଦ୍ୱାରା ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ କରାଯାଉଛି। ପୂଜା ଅବସରରେ କ୍ଲବ୍ର ସଦସ୍ୟମାନଙ୍କ ସମେତ ସ୍ଥାନୀୟ ଭକ୍ତମାନେ ଯୋଗଦେଇ ପ୍ରଭୁ ଶ୍ରୀଗଣେଶଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରୁଛନ୍ତି।
ଏହି ପୂଜା ଉତ୍ସବରେ କ୍ଲବ୍ର ମୁଖ୍ୟ ସଦସ୍ୟ ଦିଲ୍ଲୀପ କୁମାର ପଣ୍ଡା, ବିକ୍ରମ ପରିଡ଼ା, ମନୋଜ କୁମାର ସାହୁ ଓ ବିଭୂତି ଶାସମଲଙ୍କ ସମେତ ଅନ୍ୟ ସଦସ୍ୟମାନେ ସହଯୋଗ କରୁଛନ୍ତି।
ପୂଜା ଉତ୍ସବ ଦୀର୍ଘ ୧୦ ଦିନ ଧରି ଚାଲିବ। ଆସନ୍ତା ୨୧ ତାରିଖରେ ଭକ୍ତମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ରହିଥିବାବେଳେ, ୨୨ ତାରିଖରେ ସଂକୀର୍ତ୍ତନ ପରିବେଷଣ ଏବଂ ୨୪ ତାରିଖରେ ଭସାଣି ଉତ୍ସବ ଅନୁଷ୍ଠିତ ହେବ।