ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଧୂମଧାମରେ ଗଣେଶ ପୂଜା ପାଳିତ

ବୁଗୁଡ଼ା, 15/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନଙ୍କ ରିପୋର୍ଟ) :
Article Image
ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ମହାଆଡମ୍ବର ଓ ଜାକଜମକରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ନିୟୁ ଏରା ପବ୍ଲିକ୍ ସ୍କୁଲ, ସାଇ ସରସ୍ୱତୀ ଶିଶୁ ମନ୍ଦିର ଓ ପିପୁଲ୍ସ ହାଇସ୍କୁଲ ସମେତ ବିଭିନ୍ନ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟରରେ ଉତ୍ସାହ ଓ ଭକ୍ତିଭାବର ସହ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ବୁଗୁଡ଼ା ସହରାଞ୍ଚଳର ଅରବିନ୍ଦ ନଗର, ପ୍ରେମଚାନ୍ଦ ନଗର ଓ ବଡ଼ଦାଣ୍ଡ ସାହି ସମେତ ଗ୍ରାମାଞ୍ଚଳର ଗୌଡ଼ିଆ, ବରୋଦା, ବଜରଙ୍ଗୀ କ୍ଲବ, କାନସୁକା, କରଚୁଲି, କରସିଙ୍ଗି, ବେତାରସିଙ୍ଗି, ଖୋଳଖାଳି, ବାଲିପଦର, ପଙ୍କଳବାଡ଼ି, ଗୋଳାବନ୍ଧ, କତକଲା ଓ ମୋଟାବାଡ଼ି ସମେତ ବିଭିନ୍ନ ସ୍ଥାନରେ ମଧ୍ୟ ପ୍ରଭୁ ଗଜାନନଙ୍କ ପୂଜା ଧୁମଧାମରେ ପାଳିତ ହୋଇଥିଲା। ଗଣେଶ ପୂଜାକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବାବେଳେ ସନ୍ଧ୍ୟା ସମୟରେ ବିଭିନ୍ନ ମେଢ଼ ନିକଟରେ ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା।
8