ଏରସମା, 15/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
ଜଗତସିଂହପୁର ଜିଲ୍ଲା ଏରସମା , ଦଶିପୁର ଅଞ୍ଚଳରେ ପ୍ରସିଦ୍ଧ ' ମା ଲକ୍ଷ୍ମୀ ଚଚଖାଇ ଯୁବପରିଷଦ' ପକ୍ଷରୁ ଚତୁର୍ଥ ବାର୍ଷିକ ଗଣେଶ ପୂଜା ଅତ୍ୟନ୍ତ ଯାକଜମକ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ବିଘ୍ନବିନାଶକ ଶ୍ରୀଗଣେଶଙ୍କ ଆବାହନରେ ପୂରା ଦଶିପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
ଚିତ୍ତାକର୍ଷକ ପୂଜା ମଣ୍ଡପ, ରଙ୍ଗବେରଙ୍ଗର ଆଲୋକମାଳା ଏବଂ ପ୍ରଭୁ ଗଣପତିଙ୍କ ସୁଦୃଶ୍ୟ ମୂର୍ତ୍ତି ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବେଦପାଠ, ଶଙ୍ଖ ନାଦ ଓ ଆରତି ସହ ଶାସ୍ତ୍ରୀୟ ରୀତିନୀତି ଅନୁଯାୟୀ ପ୍ରଭୁଙ୍କର ପୂଜାର୍ଚ୍ଚନା କରାଯାଇଥିଲା।

ଏହି ଅବସରରେ ଯୁବପରିଷଦ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ଓ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା। ସମାଜରେ ଏକତା ଓ ଭାଇଚାରାର ବାର୍ତ୍ତା ଦେବା ସହ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଯୁବପରିଷଦର ସଭାପତି ଧର୍ମେନ୍ଦ୍ର ବସନ୍ତିଆ, ଉପସଭାପତି ମନୋଜ କୁମାର ସ୍ୱାଇଁ, ସମ୍ପାଦକ ତୁଷାର ମହାପାତ୍ର, ସହ-ସମ୍ପାଦକ ଜଟାଧାରୀ ବସନ୍ତିଆ, ଏବଂ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ।ଏହା ସହିତ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଚିକୁ ନାୟକ, ଗୁଡ଼ୁ ନାୟକ, ବାସୁଦେବ ମହାପାତ୍ର, ଜୀବନ ସ୍ୱାଇଁ, ସମୀର ସ୍ୱାଇଁ, ବାବୁନ ବସନ୍ତିଆ, ସତ୍ୟଜିତ ସ୍ୱାଇଁ, ଋଷି ସ୍ୱାଇଁ, ଗଣେଶ ସ୍ୱାଇଁ, ଡେକୋରେସନ ଅଶୋକ, ସାଗର, ନିହାର, ମୁନା, ରାଜା, ଅନିଲ, ପପୁ, କୁନି, କାହ୍ନ, ଠୁକୁ, ଆଲୋକ, ରୋହନ, ଟୁନା, ରାହୁଲ, ପିଂକନ, ବାବୁ, ରାଜେଶ, ବଳିଆ, କୁନା, ଧନ, ଜନ, ମିକୁ, ବାବୁଆ, ସନିଆ, ବେଣୁ, ଜିତୁ ପ୍ରମୁଖ ବହୁସଂଖ୍ୟକପ୍ରମୁଖ ଯୋଗଦାନ ଦେଇଥିଲେ।