ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱକର୍ମା ପୂଜାକୁ ନେଇ ଉତ୍ସବମୁଖର ପାରାଦୀପ

ପାରାଦୀପ, 15/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ପବିତ୍ର ବିଶ୍ୱକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପାରାଦୀପ ବନ୍ଦର ନଗରୀ।
Article Image
ଆସନ୍ତା ବିଶ୍ୱକର୍ମା ପୂଜା ପାଇଁ ପାରାଦୀପର ବିଭିନ୍ନ ପୂଜା ମଣ୍ଡପରେ ପ୍ରସ୍ତୁତି ଜୋରଦାର ଚାଲିଛି। ପ୍ରାୟ ଆଠ-ନଅଟି ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ, ଚିତ୍ତାକର୍ଷକ ସାଜସଜ୍ଜା ଓ ଆଲୋକମାଳାରେ ପରିବେଶକୁ ସୁନ୍ଦର ଭାବେ ସଜାଯାଉଛି। ପୂଜା ମଣ୍ଡପଗୁଡ଼ିକର ତୋରଣ ଓ ସାଜସଜ୍ଜା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଥିବା ଜଣାପଡ଼ିଛି। ଏଥିସହ ପୂଜା ଅବସରରେ ଦୀର୍ଘ ସାତ ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଲୋଡି, ଯାତ୍ରା ଓ ଡ୍ୟାନ୍ସ ଗ୍ରୁପ୍‌ର କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ଜଣାଯାଇଛି। ପୂଜା ମଣ୍ଡପ ନିକଟରେ ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ୍‌ ସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ଦୋଳି ଓ ବିଭିନ୍ନ ଖେଳ ଉପକରଣ ମଧ୍ୟ ସଜାଯାଇଛି। ଠୁଙ୍କାପୁରୀ, ଗୁପଚୁପ୍‌, ଚାଟ୍‌ ଆଦି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ଷ୍ଟଲ୍‌ ମଧ୍ୟ ଲୋକଙ୍କୁ ଆକର୍ଷିତ କରୁଛି। ପାରାଦୀପ ଓ ଏହାର ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକେ ଯେପରି ପୂଜାର ଆନନ୍ଦ ନେଇପାରିବେ, ସେଥିପାଇଁ ପୂଜା କମିଟିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଶ୍ୱକର୍ମା ପୂଜାକୁ ଆଉ ମାତ୍ର ତିନିଦିନ ବାକି ଥିବାବେଳେ ପାରାଦୀପ ବନ୍ଦର ନଗରୀରେ ପୂଜାକୁ ନେଇ ଉତ୍ସାହ ଓ ଉଦ୍ଦୀପନା ବଢ଼ିବାରେ ଲାଗିଛି। ପାରାଦୀପ ପୌରପରିଷଦ ପକ୍ଷରୁ ମଧ୍ୟ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଉଛି। ଅନ୍ୟପକ୍ଷରେ, ପୂଜା ସମୟରେ ଆଇନଶୃଙ୍ଖଳା ଓ ଭିଡ଼ ନିୟନ୍ତ୍ରଣକୁ ନେଇ ପାରାଦୀପ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି। କୌଣସି ପ୍ରକାର ଅଘଟଣକୁ ଏଡ଼ାଇବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ଜଣାଯାଇଛି।
9