ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ପୂଜା ଅବସରରେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତରେ ମାରାଥନ ଭୂମିପୂଜା ଓ ଉଦ୍‌ଘାଟନ

ପାରାଦୀପଗଡ଼, କୁଜଙ୍ଗ , 15/09/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ତା - ୧୪/୯ : ଗଣେଶ ପୂଜା ଅବସରରେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଭୂମିପୂଜା ଓ ନୂତନ ନିର୍ମିତ କୋଠାର ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି। ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ଦ୍ୱାରା ଏହି ସମସ୍ତ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ରଙ୍ଗିଆଗଡ଼ ୨୪ ନମ୍ବର ୱାର୍ଡରେ ‘ତ୍ରିନାଥ ଭାଗବତ ଟୁଙ୍ଗି’ ନିର୍ମାଣ ନିମନ୍ତେ ଭୂମିପୂଜା କରାଯାଇଥିଲା। ଏହା ସହିତ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହର ଉଦ୍‌ଘାଟନ କରାଯାଇଥିଲା।
Article Image
ସେହିପରି କତକୁଲା ଠାରେ ‘ମା’ ରାମଚଣ୍ଡି ୟୁଥ୍ କ୍ଲବ୍’ର ନୂତନ ଗୃହ ଉଦ୍‌ଘାଟିତ ହୋଇଥିବା ବେଳେ, ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ନୂତନ ଭାବେ ନିର୍ମିତ ‘ଫାଷ୍ଟ ଫୁଡ୍ ମାର୍କେଟ କମ୍ପ୍ଲେକ୍ସ’ର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।
Article Image
ପାରାଦୀପଗଡ଼ ଜଗତସାହି ଠାରେ ନୂତନ ଭାବେ ନିର୍ମିତ ଦୁଇ ମହଲା ବିଶିଷ୍ଟ ‘ନୂଆସକାଳ’ ସାଂସ୍କୃତିକ ପରିଷଦର ନୂତନ ଗୃହ ଉଦ୍‌ଘାଟିତ ହୋଇଥିଲା।
Article Image
ଏଥିସହ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ‘ମା’ ଦୁର୍ଗା ମନ୍ଦିର’ ନିର୍ମାଣ ନିମନ୍ତେ ଭୂମିପୂଜା କରାଯାଇଥିଲା। କତକୁଲା ରାମଚଣ୍ଡି ମନ୍ଦିର ପରିସରରେ ‘ମା’ ରାମଚଣ୍ଡି ମହିଳା ବିକାଶ ସଂଘ’ର ନୂତନ ଗୃହ ନିର୍ମାଣ ନିମନ୍ତେ ମଧ୍ୟ ଭୂମିପୂଜା ଅନୁଷ୍ଠିତ ହୋଇଥିଲା।
Article Image
ଗଣେଶ ପୂଜା ଅବସରରେ ଏକାଧିକ ପ୍ରକଳ୍ପର ଭୂମିପୂଜା ଓ ଉଦ୍‌ଘାଟନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିଲା। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମାଜିକ, ଶିକ୍ଷା, ସାଂସ୍କୃତିକ ଓ ମୌଳିକ ଭିତ୍ତିଭୂମି ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।
Article Image
Article Image
12