ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଶ୍ୱକର୍ମା ପୂଜା ପାଇଁ ଢେଙ୍କାନାଳରେ ମୂର୍ତ୍ତିର ପସରା

ଢେଙ୍କାନାଳ, 15/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ବିଶ୍ୱକର୍ମା ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଢେଙ୍କାନାଳ ସହର। ପୂଜା ପାଇଁ ସହରର ବିଭିନ୍ନ ବଜାର ଓ ଛକରେ ଖୋଲିଛି ବିଶ୍ୱକର୍ମାଙ୍କ ମୂର୍ତ୍ତିର ପସରା। ବିଭିନ୍ନ ଆକାର ଓ ଆକର୍ଷଣୀୟ ଡିଜାଇନର ମୂର୍ତ୍ତି କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ମଧ୍ୟ ଜମୁଛି। ଢେଙ୍କାନାଳ ସହରର ଜବାହର ଚୌକ ସମେତ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଇଁ ମୂର୍ତ୍ତି ବିକ୍ରି ଆରମ୍ଭ ହୋଇଛି। ଜବାହର ଚୌକସ୍ଥିତ ପାତ୍ର ବୁକ୍ ଷ୍ଟୋର ପକ୍ଷରୁ ଦୀର୍ଘ ୨୫ ବର୍ଷ ଧରି ମୂର୍ତ୍ତି ବ୍ୟବସାୟ କରାଯାଉଛି। ଚଳିତ ବର୍ଷ ମଧ୍ୟ ବିଭିନ୍ନ ଆକାର ଓ ଡିଜାଇନର ବିଶ୍ୱକର୍ମାଙ୍କ ମୂର୍ତ୍ତି ଗ୍ରାହକଙ୍କ ପାଇଁ ଉପଲବ୍ଧ ରହିଛି। ଏଠାରେ ମୂର୍ତ୍ତିର ଦାମ ୧୦୦ ଟଙ୍କାରୁ ଆରମ୍ଭ କରି ୧୬୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପୂଜାକୁ ଆଉ କିଛି ଦିନ ବାକି ଥିବାରୁ ମୂର୍ତ୍ତି ବଜାରରେ ଉତ୍ସାହ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶାବାଦୀ ଅଛନ୍ତି।
14