ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଭିନ୍ନ ସିନେମା ଓ ସିରିଏଲ୍ ମାଧ୍ୟମରେ ଦର୍ଶକଙ୍କ ମନୋରଂଜନ କରୁଛନ୍ତି ଅଭିନେତା ପୃଥ୍ୱୀରାଜ ଆଚାର୍ଯ୍ୟ

କୁଜଙ୍ଗ , 06/03/2025, ଉତ୍କଳ voice news - utkalvoicenews.com
Article Image
କେତେବେଳେ ଶଶାଙ୍କ ତ କେତେବେଳେ ଭୈରବ ଆଉ ଏବେ ବିକାଶ୍ । ଗୋଟେ ପରେ ଗୋଟେ ଚରିତ୍ରରେ ଦର୍ଶକ ଙ୍କୁ ବନ୍ଧିରଖି ପାରୁଛନ୍ତି। ସେ ଆଉ କେହି ନୁହେଁ କୁଜଙ୍ଗ ଅଞ୍ଚଳର ଜଣା ଶୁଣା ସିନେମା ଆଉ ମେ ଗା ଧାରାବାହିକ ର ଅଭିନେତା ପୃଥ୍ବୀରାଜ୍ ଆଚାର୍ଯ୍ୟ । ଯିଏ ତାଙ୍କ ଅଭିନୟ ଯାତ୍ରା ୨୦୧୫ ମସିହା ରୁ ଆରମ୍ଭ କରିଥିଲେ। ସ୍ବର୍ଗତ ଅଜିତ୍ ଦାସ୍ ଙ୍କ " ଅଜିତ୍ " ଅନୁଷ୍ଠାନ ରୁ ୩ବର୍ଷ ଅଭିନୟ ଶିକ୍ଷା ଗ୍ରହଣ କରି ସେ ୨୫ରୁ ଅଧିକ ନାଟକ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ତା ସହ ସେ ଜୋର୍ କା ଝଟକା, ଇନ୍ଦ୍ରଜାଲ, ଲଗାମ, ଅକ୍ସିଜେନ୍, ଅଧାଲେଖା ଗପ, ଯଥା ରାବଣସ୍ୟ ମନ୍ଦୋଦରୀ, କେମିତି ଏ ସମ୍ପର୍କ, ମୋ ଜେଜେ ଙ୍କ ଲଭ୍ ଷ୍ଟୋରି ଆଦି ସିନେମା ରେ ଅଭିନୟ କରି ଦର୍ଶକ ମାନଙ୍କ ଠାରୁ ଅନେକ ଭଲପାଇବା ସାଉଁଟିଛନ୍ତି। ତା ସହ ସୁହାଗ ସିନ୍ଦୂର (ଷ୍ଟାର କିରଣ), ମୟାବିନୀ ( ତରଙ୍ଗ ଟିଭି), ଏବଂ ଏବେ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ସୁନୟନା ଧାରାବାହିକ ରେ ଅଭିନୟ କରୁଛନ୍ତି। ଆଗରୁ ଦର୍ଶକ ଖଳନାୟକ ଏବଂ ଚରିତ୍ର ଅଭିନେତା ହିସାବ ରେ ଜାଣିଥିଲେ ଏବେ ଟିକେ ମଜାଳିଆ ଭୂମିକାରେ ଦେଖି ଦର୍ଶକ ମାନେ ଭଲ ପାଇବା ଦେଉଛନ୍ତି ବିକଶ୍ ଙ୍କୁ ମାନେ ପୃଥ୍ୱୀରାଜ୍ ଙ୍କୁ। ଏହି ଧାରାବାହିକ ସହ ତାଙ୍କର ଏବେ ଆଉ ଗୋଟେ ସିନେମା ର ସୁଟିଂ ଚାଲିଛି ବୋଲି କୁହନ୍ତି। ଶେଷରେ ସେ ତାଙ୍କ ପରିବାର ର ସପୋର୍ଟ ଥିବା ରୁ ଏ ପର୍ଯ୍ୟନ୍ତ ପହଞ୍ଚିଥିବା ସବୁ ଶ୍ରେୟ ତାଙ୍କ ପରିବାରକୁ ଦେଇଛନ୍ତି। ସେ କୁହନ୍ତି ଦର୍ଶକ ମୋ ପାଇଁ ଭଗବାନ୍ ତାଙ୍କ ଭଲପାଇବା ଆଶୀର୍ବାଦ ଥିଲେ ମୁଁ ଆହୁରି ଆଗକୁ ଯିବି ଏବଂ ଆମ କୁଜଙ୍ଗ ମାଟି ର ନା ଆହୁରି ଆଗକୁ ନେବି। କଳାର ମାଟି ଜଗତସିଂହପୁର ରେ ଜନ୍ମ ହେଇ ସେ ଗର୍ବ କରନ୍ତି ବୋଲି କହିଛନ୍ତି ।
Article Image
Article Image
1