ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବ୍ରହ୍ମ ଜଗନ୍ନାଥ ମିଶନରେ ସରିତା ଦେବୀଙ୍କ ଦ୍ଵିତୀୟ ଜନ୍ମ ବାର୍ଷିକ ପାଳନ

କୁଜଙ୍ଗ , ତାଳଦଣ୍ଡା, 15/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) : ଠାକୁରବାଟୀ ପରିସରରେ ବ୍ରହ୍ମ ଜଗନ୍ନାଥ ମିଶନ ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସରିତା ମିଶ୍ରଙ୍କ ଜନ୍ମ ବାର୍ଷିକ ଉତ୍ସବ ଦ୍ଵିତୀୟ ଥର ପାଇଁ ପ୍ରତିଷ୍ଠାତା କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲିଙ୍କ ତତ୍ତ୍ୱlବଧାନରେ ତଥା ଅଧ୍ୟାପକ ଡ଼ଃ ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାକୁ ଉଦଘାଟନ କରିଥିଲେ ପରମପୂଜ୍ୟ ସନ୍ଥ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ,ସଭାପତି ଭାବେ ଏସ୍ ଭି ଏମ୍ କଲେଜର ଅଧ୍ୟକ୍ଷା ଡ଼ଃ ସୁଜାତା ଓତା, ମୁଖ୍ୟ ଅତିଥି ବିଶିଷ୍ଟ ପ୍ରlବନ୍ଧିକ ତଥା ଗବେଷକ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ଆଚାର୍ଯ୍ୟ, ମୁଖ୍ୟବକ୍ତା ଜଗତସିଂହପୁର ସାଂସ୍କୃତିକ ପରିଷଦ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ବିପ୍ଳବ କୁମାର
Article Image
ଚୌଧୁରୀ, ସମ୍ମାନିତ ଅତିଥି ଗୀତିକାର ତଥା ପୂର୍ବତନ ଉତ୍କଳ ସାହିତ୍ୟ ସମାଜ ଉପସଭାପତି ଶ୍ରୀଯୁକ୍ତ ଜୀବନାନନ୍ଦ ଅଧିକାରୀ, ସମ୍ମାନିତ ଅତିଥି ଅଧ୍ୟାପକ ଉମାକାନ୍ତ ନାୟକ ଉପସ୍ଥିତ ଥିବାବେଳେ ସମ୍ପାଦକୀୟ ପାଠ କରିଥିଲେ ସରିତା ସାହିତ୍ୟ ସଂସଦ ସମ୍ପାଦିକା ଶ୍ରୀମତୀ ରୁନିବାଳା ମଲ୍ଲିକ l ମନୀଷା ଦାସ ଓ ତାଙ୍କ ସଥିଗଣ ମଞ୍ଚ ପରିଚାଳନା କରିଥିଲେ l ଏହି ଅବସରରେ ବ୍ରହ୍ମ ମିଶନର ମୁଖପତ୍ର "ସରିତା " ଓ ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ଲିଖିତ "ଭିନ୍ନ ଏକ ମମତାଜ " ଅତିଥି ମାନଙ୍କ କରକମଳରେ ଉନ୍ମୋଚନ କରାଯାଇଥିଲା l ସଂଗଠକ ନଗେନ୍ଦ୍ର ନାଥ ସ୍ୱାଇଁ ଓ ଦାସ ମହୋଦୟା ତଥା ସମ୍ପାଦିକା ଶ୍ରୀମତୀ ମଲ୍ଲିକ ମହୋଦୟାଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ଶତାଧିକ କବିଙ୍କ କବିତାପାଠ ପରେ ସେମାନଙ୍କୁ ମାନପତ୍ର ଓ ଉପଢୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଭିନ୍ନ ଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ କବି ହେମନ୍ତ କୁମାର ନାୟକ, ସରୋଜିନୀ ମିଶ୍ର, ଗାଳ୍ପିକ ବିଚିତ୍ରାନନ୍ଦ ବିଶ୍ୱାଳ, ଯଯାତି କେଶରୀ ସାମନ୍ତରାୟ, ଆଶିଷ ପରିଜା, ନିରୁପମା ପାଣି ପ୍ରମୁଖ l ମଧ୍ୟାହ୍ନ ବିରତି ପରେ ପରେ ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା l
13