ତିର୍ତ୍ତୋଲ, 15/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ସିଳନ୍ଦୀ ଗ୍ରାମର ମୁରବୀ ତଥା ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରସାନନ୍ଦ ସାହୁଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ସ୍ମୃତିସଭାକୁ ରାଷ୍ଟ୍ରପତି ପୁରସ୍କୃତା ଶିକ୍ଷୟିତ୍ରୀ ସୌଭାଗିନୀ ରାୟ ଉଦଘାଟନ କରିଥିବାବେଳେସୁଶ୍ରୀ ଶୁଭଶ୍ରୀ ର ସଂପାଦିକା ଡ଼ଃ ବସନ୍ତ ମଞ୍ଜରୀ ଦାସଙ୍କ ସଂଯୋଜନା ଓ ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ଖଣ୍ଡୁଆଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା lମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଅରୁଣ କୁମାର ପଣ୍ଡା, ସମ୍ମାନିତ ଅତିଥି ଶିକ୍ଷାବିତ୍ ଶରତ ଚନ୍ଦ୍ର ତାରିଣୀଆ, ଜ୍ଞାନ ରଞ୍ଜନ ସାହୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ଜଗନମୋହନ ସାହୁ, ଧ୍ରୁବ ଚରଣ ସାହୁ,ହେମନ୍ତ କୁମାର ନାୟକ, ସମୁଦି ସ୍ୱପ୍ନେଶ୍ୱର ସାହୁ, ଜ୍ୟେଷ୍ଠ ପୁତ୍ର ପ୍ରସନ୍ନ କୁମାର ସାହୁ, କନିଷ୍ଠ ପୁତ୍ର ତଥା ରଜ ମହୋତ୍ସବ ସଭାପତି ପ୍ରକାଶ ଚନ୍ଦ୍ର ସାହୁ, ସମ୍ପାଦକ ସଂଗ୍ରାମ କେଶରୀ ସ୍ୱାଇଁ, ମୁଖ୍ୟ ଉପଦେଷ୍ଟା ବାବାଜୀ ମଲ୍ଲିକ, ସୂର୍ଯ୍ୟକାନ୍ତ ମହାନ୍ତି ପ୍ରମୁଖ ଯୋଗ ଦେଇ ସାହୁ ମହୋଦୟଙ୍କର ସ୍ମୃତି ଚାରଣ କରିଥିଲେ l ଏହି ଅବସରରେ "ସ୍ମୃତି ରସାମୃତ " ଲୋକାର୍ପଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ପରିବାରର ସଦସ୍ୟ/ସଦସ୍ୟା ରଶ୍ମିପ୍ରଭା ସାହୁ, ସ୍ୱର୍ଣ୍ଣପ୍ରଭା ସାହୁ ଓ ଅନ୍ୟମାନେ ସ୍ମୃତି ଚାରଣ କରିଥିଲେ। ସର୍ବଶେଷରେ ମଧ୍ୟମ ପୁତ୍ର ପ୍ରଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରେ ପରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା l