କୁଜଙ୍ଗ ବ୍ଲକ ତାଳପଡା, 16/09/2026, ଉତ୍କଳ voice news - utkalvoicenews.com( ଜଗତସିଂହପୁର ରୁ ରିତା ସାହୁ ) :
ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ମହନୀୟ ପରମ୍ପରା କୁ ସମ୍ମାନ ଜଣାଇବା ନିମନ୍ତେ ସାରସ୍ୱତ ସାଧିକା ସରିତା ଦେବୀଙ୍କ ଜନ୍ମୋତ୍ସବ ଓ ସରିତା ସାହିତ୍ୟ ସଂସଦର ପ୍ରତିଷ୍ଠା ଦିବସ ଓଡ଼ିଆ ସାହିତ୍ୟ ଏକାଡେ଼ମୀ ଏବଂ ସରିତା ସାହିତ୍ୟ ସାଂସଦ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ତାଳପଡା ଠାକୁରବାଡି ଜଗନ୍ନାଥ ମନ୍ଦିର
ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୁରୀ ଜଗନ୍ନାଥ ମନ୍ଦିର ସେବାୟତ ଜମ୍ବେଶ୍ଵର ଖୁଣ୍ଟିଆ, ବିଜୁ ପଟ୍ଟନାୟକ ଟେଲିଭିଜନ ଫିଲ୍ମ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ଡ଼ଃ ହିମାଂଶୁ ଖଟୁଆ, ଓଡ଼ିଆ ସାହିତ୍ୟ ଏକାଡେ଼ମୀ ସହ ସଚିବ ସଞ୍ଜୟ ଛୁଆଳ ସିଂ, ପିପିଲି ର ମା ବଗଳାମୁଖୀ ମୁଖ୍ୟ ସେବକ ଦେବାଶିଷ ନନ୍ଦ, ଲେଖିକା ସୌଭାଗିନୀ ରାୟ, କ୍ୟାପଟେନ ଡ଼ଃ ସଂଜୀବ କୁମାର ମୁଦୁଲି ଓ ସଂସ୍କୃତି ଗବେଷକ ଅଭିନନ୍ଦନ ଦାସ ପ୍ରମୁଖ ଯୋଗଦେଇ ସାରସ୍ୱତ ସାହିତ୍ୟ ପାଠଚକ୍ର ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ କବିତା ପାଠ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା । ପରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରାଯାଇଥିଲା ।