ତିର୍ତ୍ତୋଲ, 16/09/2026, ଉତ୍କଳ voice news - utkalvoicenews.com (ତିର୍ତ୍ତୋଲରୁ ସୋନାଲି ପଣ୍ଡାଙ୍କ ରିପୋର୍ଟ) : ତାରିଖ– ୧୪/୦୯/୨୦୨୬ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମରେ ଧୁମ୍ଧାମରେ ପାଳିତ ହୋଇଛି ଗଣେଶ ପୂଜା। ଶ୍ରୀ ଗଜାନନ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ପୂଜାକୁ ନେଇ ସମଗ୍ର ଗ୍ରାମରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଆକର୍ଷଣୀୟ ଆଲୋକସଜ୍ଜା ଓ ସୁସଜ୍ଜିତ ମଣ୍ଡପରେ ପ୍ରଭୁ ଶ୍ରୀଗଣେଶଙ୍କ ମନୋରମ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା। ବିଭିନ୍ନ ରଙ୍ଗର କପଡ଼ା, ଫୁଲ ଓ ଆଲୋକମାଳାରେ ପୂଜାମଣ୍ଡପକୁ ସୁନ୍ଦର ଭାବେ ସଜାଯାଇଥିବା ବେଳେ ଗଜାନନଙ୍କ ମୂର୍ତ୍ତି ଭକ୍ତଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ପାଲଟିଥିଲା।
ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ଗ୍ରାମବାସୀଙ୍କ ସମେତ ବହୁ ଶ୍ରଦ୍ଧାଳୁ ଯୋଗଦେଇ ପ୍ରଭୁ ଗଜାନନଙ୍କ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରିଥିଲେ।
ପୂଜା ଅବସରରେ ଗ୍ରାମବାସୀ, ଯୁବକ ଓ ପୂଜା କମିଟିର ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଟି ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଥିଲା।
ଗଣେଶ ପୂଜାକୁ କେନ୍ଦ୍ର କରି ମିର୍ଜାପୁର ଗ୍ରାମରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ।
ଶେଷରେ ଗଜାନନଙ୍କ ଆଶୀର୍ବାଦରେ ଗ୍ରାମବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରି ପୂଜାର ସମାପନ କରାଯାଇଥିଲା।