ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଲକ୍ ଥାନା ର ନୂତନ ଗୃହ ଉଦ୍ଘାଟନ l

ପାରାଦୀପ ଗଡ , 07/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ର ପାରାଦୀପ ଗଡ ଠାରେ ଅବସ୍ଥିତ ପାରାଦୀପ ଲକ୍ ଥାନା ୨୦୦୯ ମସିହାରୁ ଏକ କ୍ଷୁଦ୍ର ଗୃହରେ କାର୍ଯ୍ୟ କରି ଆସୁଥିଲା l ଥାନା ଗୃହ ରେ ପର୍ଯ୍ୟାପ୍ତ ପରିମାଣର ବସିବା ପାଇଁ ସ୍ଥାନ ନଥିବା ଓ କ୍ଷୁଦ୍ର ହାଜାତ୍ ଗୃହ ଥିବାରୁ ଥାନା
Article Image
କାର୍ଯ୍ୟ ପରିଚାଳନାରେ ବ୍ୟାହତ ସୃଷ୍ଟି ହେଉଥିଲା, ପାରାଦୀପ ରେ ଥିବା ପାଞ୍ଚ ଗୋଟି ଥାନା ମଧ୍ୟରୁ ଲକ୍ ଥାନା ଅତ୍ୟନ୍ତ ସମ୍ବେଦନଶୀଳ ଓ ଅପରାଧ ପ୍ରବଣ ଥାନା ହୋଇଥିବାରୁ ରଜ୍ୟ ସରକାର ଏହାର ଗୁରୁତ୍ଵ କୁ ଉପଲବ୍ଧି କରି ଏକ ସୁ ସଜ୍ଜିତ ଦି ତଳ ନୂତନ ଗୃହ ନିର୍ମାଣ କରିଛନ୍ତି l ଆଜି ମାନ୍ୟବର ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭିସି ମଧ୍ୟମରେ ଉକ୍ତ ଥାନା ର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ ଟି ଥାନା ଉଦ୍ଘାଟନ କରିଛନ୍ତି l ଏହି ଅବସରରେ ପାରାଦୀପ ଲକ୍ ଥାନା ପରିସରରେ ଏକ ସ୍ୱତନ୍ତ୍ର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଜଗତସିଂପୁର ସାଂସଦ ଶ୍ରୀଯୁକ୍ତ ବିଭୁ ପ୍ରସାଦ ତରାଇ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ଉଦଗlତା, ପାରାଦୀପ ଅତିରିକ୍ତ ଜିଲାପାଳ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତି ରଂଜନ କର ଯୋଗଦେଇ ଆନୁଷ୍ଠାନିକ ଭାବେ ନୂତନ ଥାନା ଗୃହକୁ ଉଦଘାଟନ କାର୍ଯ୍ୟ ରେ ସାମିଲ ହୋଇଥିଲେ l ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା ସଭା କାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ତିର୍ତ୍ତୋଲ ଏସଡିପିଓ ଶ୍ରୀ ଚିନ୍ମୟ ରାଉତ ଧନ୍ୟବାଦ୍ୟ ପ୍ରଦାନ କରିଥଲେ l ପାରାଦୀପ ଲକ୍ ଥାନା ଅଧିକାରୀ ଶ୍ରୀଯୁକ୍ତ ରଶ୍ମି ରଂଜନ ଦାଶ ଏହାର ପ୍ରତେକ୍ଷ ତତ୍ତ୍ଵାବଧାନ କରିଥିବା ବେଳେ ଅଭୟ ଚାନ୍ଦପୁର ଥାନା ଅଧିକାରୀ ସମୀର କୁମାର ରାଉତ, ପାରାଦୀପ ଆଦର୍ଶ ଥାନା ଅଧିକାରୀ ଶ୍ରୀଯୁକ୍ତ କାବୁଲି ବାରିକ, ଜଟାଧାର ମୁହାଣ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀମୟୀ ଷେଣ୍ଢ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ ଉତ୍ସବ କୁ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଅନନ୍ତ ବିଶ୍ଵାଳ, ଚନ୍ଦ୍ରକାନ୍ତ ସ୍ବାଇଁ, ମନୋଜ ସ୍ବାଇଁ, ସଂଗ୍ରାମ ବେହେରା ପ୍ରମୁଖ ସହଯୋଗ କରିଥିଲେ l
Article Image
Article Image
Article Image
1