ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିକାଶମୂଳକ ପ୍ରକଳ୍ପର ଭୂମିପୂଜା ସହ ନୂତନ ପ୍ରକଳ୍ପର ଶୁଭାରମ୍ଭ

ପାରାଦୀପଗଡ଼ , କୁଜଙ୍ଗ , 16/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
Article Image
ତା. ୧୪/୦୯/୨୦୨୬: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ଉଦ୍ୟମରେ ପଞ୍ଚାୟତର ଭିତ୍ତିଭୂମି ବିକାଶକୁ ନେଇ ମାରାଥନ୍ ଭୂମିପୂଜା ଓ ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ପାରାଦୀପଗଡ଼ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ‘ମା’ ଦୁର୍ଗା ମନ୍ଦିର’ ନିର୍ମାଣ ନିମନ୍ତେ ଭୂମିପୂଜା କରାଯାଇଥିଲା। ଏହାପରେ ରଙ୍ଗିଆଗଡ଼ ୨୪ ନମ୍ବର ୱାର୍ଡରେ ‘ତ୍ରିନାଥ ଭାଗବତ ଟୁଙ୍ଗି’ ଏବଂ କତକୁଲା ୧୯ ନମ୍ବର ୱାର୍ଡରେ ‘ମା’ ରାମଚଣ୍ଡି ମହିଳା ବିକାଶ ସଂଘ’ ନିର୍ମାଣ ନିମନ୍ତେ ଭୂମିପୂଜା ଅନୁଷ୍ଠିତ ହୋଇଥିଲା। ସେହିପରି ଅପରାହ୍ନରେ ବିଜୁ ପଟ୍ଟନାୟକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ନୂତନ ଭାବେ ନିର୍ମିତ ‘ଫାଷ୍ଟ ଫୁଡ୍ ମାର୍କେଟ କମ୍ପ୍ଲେକ୍ସ’, ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିର୍ମିତ ଅତିରିକ୍ତ ଶ୍ରେଣୀଗୃହ, କତକୁଲା ରାମଚଣ୍ଡି ମନ୍ଦିର ପରିସରରେ ନିର୍ମିତ ‘ମା’ ରାମଚଣ୍ଡି ୟୁଥ୍ କ୍ଲବ୍’ ଏବଂ ପାରାଦୀପଗଡ଼ ୩ ନମ୍ବର ୱାର୍ଡରେ ନିର୍ମିତ ‘ନୁଆ ସକାଳ ସାଂସ୍କୃତିକ ପରିଷଦ’ ଗୃହର ଶୁଭ ଉଦ୍‌ଘାଟନ କରାଯାଇଥିଲା। ଏହି ମାରାଥନ୍ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରାଙ୍କ ସମେତ ଚନ୍ଦ୍ରଶେଖର ଚୌଧୁରୀ, ଅଲେଖ ମହାରଥା, ରମେଶ ବେହେରା, ବିଭୂତି ଭୂଷଣ ରଥ, ନିରଞ୍ଜନ ପରିଡ଼ା, ଅନନ୍ତ ବିଶ୍ୱାଳ, ତ୍ରିଲୋଚନ ସ୍ୱାଇଁ, କିରଣ ବାଳା ସାହୁ, ସୂର୍ଯ୍ୟକାନ୍ତ ବେହେରା, ଗୋଲାପି ବେହେରା, ଶର୍ମିଷ୍ଠା ସ୍ୱାଇଁ, ଲକ୍ଷ୍ମୀପ୍ରିୟା ସ୍ୱାଇଁ, ମହେଶ୍ୱର ପାଇକ, ବିବେକ ମଣ୍ଡଳ, ରଞ୍ଜନ ସାମଲ ଓ ପ୍ରଭାତ ସାହୁ ପ୍ରମୁଖ ଯୋଗଦେଇଥିଲେ।
Article Image
ଆଗାମୀ ଦିନରେ ପଞ୍ଚାୟତର ସର୍ବାଙ୍ଗୀଣ ବିକାଶ ଦିଗରେ ଅଧିକ କାର୍ଯ୍ୟ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ପ୍ରକାଶ କରିଥିଲେ।
Article Image
14