ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଲୁଣୁପୋଖରୀ ଗ୍ରାମରେ ଗଣେଶ ପୂଜା ପାଳନ

ଏରସମା, 16/09/2026, ଉତ୍କଳ voice news - utkalvoicenews.com( ଏରସମା ରୁ ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
ଏରସମା ବ୍ଲକ୍ କୁଞ୍ଜକୋଠୀ ପଞ୍ଚାୟତ ଅନ୍ତର୍ଗତ ଲୁଣୁପୋଖରୀ ଗଣେଶ ପୀଠ ଠାରେ ସପ୍ରମ ବାର୍ଷିକ ଗଣେଶ ପୂଜା ଧୁମଧାମରେ ପାଳିତ ହୋଇଯାଇଛି। ଗ୍ରାମର ସମସ୍ତ ପୁରୁଷ ଓ ମହିଳାମାନେ ନୂତନ ବତ୍ସ ପରିଧାନ କରି ସାରିବାପରେ କର୍ତ୍ତା ସୁଶୀଳା ସ୍ୱାଇଁ ଗ୍ରାମ ପୁଷ୍କ ରିଣୀ ନିକଟରେ ପୂଜାର୍ଚ୍ଚନା କରିଥିଲେ। ବାଜା, ବାଣ,ଘଣ୍ଟ ,ଘଣ୍ଟି, ହରି ବୋଲ ହୂଳହୁଳି ସହିତ ଗ୍ରାମବାସୀମାନେ ଏକ କଳସ ଯାତ୍ରାରେ ଆସି ଗଜାନନଙ୍କ ପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲେ। ନିତି ନିୟମ ଅନୁସାରେ ପଣ୍ଡିତ ବିଭୁତି ମହାପାତ୍ର କଳସାଧିବାସ ,ସୂର୍ଯ୍ୟପୂଜା ,ଯଜ୍ଞ ପୂର୍ଣ୍ଣାହୁତି କରିଥିଲେ ।ଗ୍ରାମର ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ରାମନନୀଳା ପରିବେଷଣ କରାଯାଇଥିଲା।ଲୁଣୀପୋଖରୀ ଗଣେଶ ପୂଜା କମିଟିର ସମସ୍ତ ସଦସ୍ୟ ମାନେ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।
10