ଜଗତସିଂହପୁର, 16/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :

ବୋରିକିନା ସତସଙ୍ଗ କେନ୍ଦ୍ରରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ପାଳିତ। ସତଗୁରୁ ସତନାମ ଓ ସତସଙ୍ଗ ର ଆଶ୍ରୟ ଦ୍ଵାରା ସମଗ୍ର ବିଶ୍ୱରେ ଶାନ୍ତି ସଂହତି ଓ ଭାଇଚାରା ପ୍ରତିଷ୍ଠା ସମ୍ଭବ ବୋଲି ବୋରିକିନା ସତସଙ୍ଗ କେନ୍ଦ୍ରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୯ ତମ ଜନ୍ମ ଜୟନ୍ତୀ ରେ ସତସଙ୍ଗ ର ପ୍ରବକ୍ତା ମନେମତ ପ୍ରକାଶ କରିଛନ୍ତି। ବାଲିକୁଦା ବ୍ଲକ୍ ର ବୋରିକିନା ସତସଙ୍ଗ କେନ୍ଦ୍ରରେ ପ୍ରତ୍ୟୁଷ ରୁ ଶୁଭ ଜନ୍ମ ଲଗ୍ନ ଘୋଷଣା ,ବେଦ ମାଙ୍ଗଳିକ ଉଚ୍ଚାରଣ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ଵାରା ଶଙ୍ଖ ଧ୍ଵନି ସହିତ ଠାକୁର ଙ୍କ ରଚିତ ବିଭିନ୍ନ ଧର୍ମଗ୍ରନ୍ଥ ପାଠ କରାଯାଇଥିଲା। ପରେ ପରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଯାଜକ କାର୍ତ୍ତିକ ଚନ୍ଦ୍ର ବେହେରା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭୁନେଶ୍ୱରର ସତସଙ୍ଗବିହାର ର କର୍ମୀ ରବିନ୍ଦ୍ର ନାଥ ସାହୁ, ଆଇନଜୀବୀ ଡକ୍ଟର ବିର ନାରାୟଣ ପାତ୍ର, ଅମିୟ କୁମାର ନାୟକ, ବିଷ୍ଣ ଚରଣ ଛାଟୋଇ, କଣ୍ଠମଣି ସାହୁ,ଶିବ ପ୍ରସାଦ ବେହେରା,କେଦାର ପାତ୍ର,ରବି ସାହୁ,ଗଗନ ରାଉତ, ସୁଜିତ ବେହେରା ,ପ୍ରଶାନ୍ତ କୁମାର ବାରିକ,ବଳରାମ ଜେନା,ନିରଞ୍ଜନ ଦାସ,ଆର୍ତ୍ତବନ୍ଧୁ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ଆଜିର ବିପଥଗାମୀ ସମାଜ ପାଇଁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଦିବ୍ୟ ଜୀବନୀ ଓ ବାଣୀର ବ୍ୟାପକ ପ୍ରଚାର ପ୍ରସାର ଦ୍ଵାରା ସମଗ୍ର ବିଶ୍ବରେ ଭାଇଚାରା ଓ ପାରସ୍ପରିକ ଭାତୃଭାବ ସୃଷ୍ଟି ହୋଇପାରିବ ବୋଲି ବକ୍ତା ମାନେ ଗୁରୁତ୍ୱାରୋପ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ବଂଶୀଧର ସାହୁ,ସୋନାଲି ରାଉତ, ସ୍ଵୟମ୍ବିକା ପୃଷ୍ଟି,ମିନତି ମଲ୍ଲିକ,ଗୌରୀ ପାତ୍ର ଆଦି ପରିଚାଳନା କରିଥିଲେ।ଏହି ଜନ୍ମ ଜୟନ୍ତୀ ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରୁ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ହୋଇ ଅଂଶ ଗ୍ରହଣ କରିଥିଲେ