ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଅମର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

କୁଜଙ୍ଗ, 07/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ କୋଠୀ ପଞ୍ଚାୟତର ସିଜୁ ଗ୍ରାମରେ ବନ ବିହାରୀ କ୍ରିକେଟ୍ କ୍ଳବ୍ ପକ୍ଷରୁ ଅମର ସ୍ମାରକୀ ଜିଲ୍ଲା ସ୍ତରୀୟ ଦ୍ଵିତୀୟ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି।ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା ସମାଜସେବୀ ବାଳ କୃଷ୍ଣ ଜେନା ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ କୋଠୀ ପଞ୍ଚାୟତର ସରପଞ୍ଚ ଲକ୍ଷ୍ମୀଧର ସାହୁ ଯୋଗ ଦେଇ କ୍ରୀଡ଼ା ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। ସିଜୁ ବନ ବିହାରୀ କ୍ରିକେଟ୍ କ୍ଳବ୍ ପକ୍ଷରୁ ଅମର ସ୍ମାରକୀ ଦ୍ୱିତୀୟ ବାର୍ଷିକ ଟୁର୍ଣ୍ଣାମେଣ୍ଟ ୭ଦିନ ବ୍ୟାପି ଚାଲିବ ଓ ପ୍ରଥମ ଦିନରେ ଜଗତସିଂହପୁର ପୁନ୍ନଙ୍ଗ ଜେଡିୱାଇସି ଓ କେନ୍ଦ୍ରାପଡ଼ା ଛେଡ଼ା କଣି ମଧ୍ୟରେ ପ୍ରତିଯୋଗିତା ହୋଇଥିବା ବେଳେ ଜଗତସିଂହପୁର ଜେଡିୱାଇସ୍ ଟଚ୍ ୱିନ୍ କରି ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲା। କେନ୍ଦ୍ରାପଡ଼ା ଛେଡାକଣୀ ପ୍ରଥମେ ବ୍ୟାଟିଂ କରି ୨୧୩ରନ୍ ସଂଗ୍ରହ କରିଥିବା ବେଳେ ଜଗତସିଂହପୁର ଜେଡିୱାଇସି ୧୮୯ରନ୍ କରିଥିଲା କେନ୍ଦ୍ରାପଡା ଛେଡାକଣୀ ୨୩ରନରେ ଜଗତସିଂହପୁର ଜେଡିୱାଇସିକୁ ପରାସ୍ତ କରିଥିଲା। ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ଶେଖର ତରାଇ,ବାବୁ ରଞ୍ଜନ ତରାଇ,ମାନସ ତରାଇ,ଟହଲି ବାରିକ୍,ରମେଶ ନାୟକ,ମନୋରଞ୍ଜନ ତରାଇ,ନିହାର ରଞ୍ଜନ ତରାଇ,ମାନସ ବେହେରା,ପ୍ରିୟ ରଞ୍ଜନ ସାମନ୍ତରାୟ,ସୁରେନ୍ଦ୍ର ସାହୁ,କୈଳାଶ ନାୟକ,ନିଖିଲ ତରାଇ,ତାପସ ତରାଇ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ ସଞ୍ଜୟ ପ୍ରଧାନ ଓ ନିହାର ବଳିଆରସିଂ ଅମ୍ପ୍ୟାର ଭାବେ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ।
Article Image
1