ଏରସମା, 17/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :
ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଓରନାଳ ଗ୍ରାମରେ ଗଣେଶ ମୂର୍ତ୍ତି ଭସାଣି ବେଳେ ଘଟିଛି ଅଘଟଣ। ଗୋପାଳପୁର ନିକଟସ୍ଥ ନାଳରେ ମୂର୍ତ୍ତି ବିସର୍ଜନ ସମୟରେ ପାଣିରେ ଭାସିଯାଇ ୪ ଯୁବକ ନିଖୋଜ ହୋଇଥିଲେ।
ଖବର ପାଇ ଏରସମା ଓ ତିର୍ତ୍ତୋଲ ପୋଲିସ, ତିର୍ତ୍ତୋଲ ଏସଡିପିଓ ଏବଂ ଏରସମା ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।
ପ୍ରାୟ ତିନି ଘଣ୍ଟାର ଖୋଜାଖୋଜି ପରେ ନାଳରୁ ୪ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ମୃତକମାନେ ହେଲେ ରଶ୍ମି ରଞ୍ଜନ ନାୟକଙ୍କ ପୁଅ ଅକ୍ଷୟ କୁମାର ନାୟକ, ବାବୁ ପଲେଇଙ୍କ ପୁଅ ସୁଶୀଲ ପଲେଇ, ନିମାଇଁ ଚରଣ ସ୍ୱାଇଁଙ୍କ ପୁଅ ମନୋଜିତ୍ ସ୍ୱାଇଁ ଏବଂ ବୁଲା ବାରିକଙ୍କ ପୁଅ ସ୍ୱପ୍ନଜିତ୍ ବାରିକ।
ଘଟଣାସ୍ଥଳରେ ଏରସମା ବିଧାୟକ ସାରଦା ପ୍ରସାଦ ଜେନା, ବିଜେପି ନେତା ସତ୍ୟସାରଥୀ ମହାନ୍ତିଙ୍କ ସମେତ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।