ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ରାସ୍ତାରେ ନାଲି ରଙ୍ଗର ରହସ୍ୟମୟ ଲେଖା, ଚର୍ଚ୍ଚାରେ କୁଜଙ୍ଗ

କୁଜଙ୍ଗ, 17/09/2026, ଉତ୍କଳ voice news - utkalvoicenews.com( ପାରାଦ୍ଵୀପ,କୁଜଙ୍ଗ ରୁ ରଶ୍ମିରଞ୍ଜନ ଦାସ ଙ୍କ ରିପୋର୍ଟ। ) :
Article Image
ପ୍ରାୟ ୨ରୁ ୩ ଦିନ ହେବ କୁଜଙ୍ଗ ସମେତ ପାରାଦୀପ, ତାଳଦଣ୍ଡା, ପଙ୍କପାଳ ଓ ରାହାମା ଅଞ୍ଚଳର ବିଭିନ୍ନ ସେତୁ, ନାଳପୋଲ ଏବଂ କଟକ–ପାରାଦୀପ ରାଜପଥରେ ନାଲି ରଙ୍ଗରେ ଏକ ରହସ୍ୟମୟ ଲେଖା ଦେଖିବାକୁ ମିଳୁଛି। ରାସ୍ତା ଓ ସେତୁ ଉପରେ ‘କରା ଗୁଣିଆ ମାରି ଦେଇଛି’ ବୋଲି ଲେଖାଯାଇଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ତାଳଦଣ୍ଡା–ଜିଲ୍ଲାନାସୀ ମହାନଦୀ ସେତୁ ସମେତ କଟକ–ପାରାଦୀପ ରାଜପଥର ରାହାମାଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୪ରୁ ୫ଟି ସ୍ଥାନରେ ଏଭଳି ଲେଖା ଦେଖିବାକୁ ମିଳିଛି। ତେବେ ଏହି ଲେଖା କିଏ, କାହିଁକି ଓ କେଉଁ ଉଦ୍ଦେଶ୍ୟରେ ଲେଖିଛି, ତାହା ସ୍ପଷ୍ଟ ହୋଇନାହିଁ। ଏହାର ପ୍ରକୃତ ଅର୍ଥ କ’ଣ, ସେନେଇ ମଧ୍ୟ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିଭିନ୍ନ ଆଲୋଚନା ହେଉଛି। ରାସ୍ତା ଉପରେ ଏଭଳି ରହସ୍ୟମୟ ଲେଖା ଦେଖି ସାଧାରଣ ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଛି।
Article Image
ଘଟଣାର ସତ୍ୟତା ଅନୁଧ୍ୟାନ କରିବା ସହ ଏହି ଲେଖା ପଛରେ କାହାର ଉଦ୍ଦେଶ୍ୟ ରହିଛି, ତାହା ଜଣାପାଇଁ ପ୍ରଶାସନ ଓ ପୁଲିସ ପକ୍ଷରୁ ବିଧିବଦ୍ଧ ତଦନ୍ତ କରାଯିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି।
10