ପାରାଦୀପଗଡ଼, 17/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୧୭.୦୯.୨୦୨୬ ରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପାରାଦୀପଗଡ଼ ଗ୍ରାମ ପଞ୍ଚାୟତ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ପୂର୍ବାହ୍ନରେ କତକୁଲା, ଚୁନବେଲାରୀ ଓ ଚକ୍ରଧରପୁର ଗ୍ରାମର ବିଭିନ୍ନ ବିଦ୍ୟାଳୟ ପରିସରରେ ୭୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ କରାଯାଇଥିଲା।
ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
ସେହିପରି ସନ୍ଧ୍ୟାରେ ଶ୍ରୀ ଲୋକନାଥ ମନ୍ଦିର ପରିସରରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଶୀର୍ବାଦ ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ କୁମାର ବେହେରା, ଅଲେଖ ମହାରଥା, ଚନ୍ଦ୍ରଶେଖର ଚୌଧୁରୀ, ରଞ୍ଜନ ସାମଲ, ପ୍ରକାଶ ମଙ୍ଗରାଜ (ପପୁ), ବିଚିତ୍ର ପ୍ରଧାନ, ଏମ୍.ବି.କେ. କଳ୍ପନା ମହାପାତ୍ର, ଶୁଭସ୍ମିତା ମଙ୍ଗରାଜ, ଗୋଲାପି ବେହେରା, ଶର୍ମିଷ୍ଠା ସ୍ୱାଇଁ, ମିଲି ମଲ୍ଲିକ ଓ ପ୍ରଭାତ ସାହୁଙ୍କ ସମେତ ବହୁ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ।