ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳରେ ଗୋଲ୍ଡେନ୍ ଷ୍ଟାର କ୍ଲବ୍‌ର ୩୯ତମ ବିଶ୍ୱକର୍ମା ପୂଜା

ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତାରିଖ: ୧୭/୦୯/୨୦୨୬ ଢେଙ୍କାନାଳ ବଣିଆ ସାହି ମୀନା ବଜାରସ୍ଥିତ ଗୋଲ୍ଡେନ୍ ଷ୍ଟାର କ୍ଲବ୍ ବିଶ୍ୱକର୍ମା ପୂଜା ପ୍ରତିଷ୍ଠାନ ପକ୍ଷରୁ ୩୯ତମ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ କଳସ ପୂଜା, ମଣ୍ଡଳ ପୂଜା ଓ ଭଗବାନ ବିଶ୍ୱକର୍ମାଙ୍କ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା। ପୂଜାରେ କ୍ଲବ୍‌ର ସଭାପତି ତୁଷାର ରଞ୍ଜନ ମହାପାତ୍ର, ସମ୍ପାଦକ ଅରୁଣ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।
9