ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମହିଳା ଦିବସ ଉପଲକ୍ଷେ ସ୍ବାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିର

ବୁଗୁଡା, 08/03/2025, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ) :
Article Image
ମାର୍ଚ୍ଚ ୮ ତାରିଖ ବିଶ୍ବ ମହିଳା ଦିବସ ଉପଲକ୍ଷେ ବୁଗୁଡା ବ୍ଲକ ଅନ୍ତର୍ଗତ କରୁଣା ଟ୍ରଷ୍ଠ ପରିଚାଳିତ ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର) ପରିସରରେ ସ୍ବାସ୍ଥ୍ୟ ସେବା ଓ ପରିକ୍ଷା ଏବଂ ମାଣିତରା ସ୍ବାସ୍ଥ୍ୟ କେନ୍ଦ୍ର ଓ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟର ମିଳିତ ଆନୁକୂଲ୍ୟରେ ଏବଂ ସାଇଟ ସେଇଭର ଇଣ୍ଡିଆ ସହଯୋଗରେ କେବଳ ମହିଳାମାନଙ୍କ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥଲା । ମାଣିତରା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଡାକ୍ତର ଦୟାନିଧୂ ରାଉତ ଓ ଆୟୁଷ ଡାକ୍ଟର ଦୁର୍ଗା ପ୍ରସାଦ ବିଶ୍ବାଳ, ଟେକିନିସିଆନ କାଳୀ ପ୍ରସାଦ ସାହୁ, ପାର୍ମାଶିଷ୍ଟ ସରୋଜ କୁମାର ପଟ୍ଟନାୟକ, ସ୍ବାସ୍ଥ୍ୟ କେନ୍ଦ୍ର ସଂଯୋଜକ ଚିତ୍ତରଞ୍ଜନ ପ୍ରଧାନ, ମହିଳା ସ୍ବାସ୍ଥ୍ୟ କର୍ମୀ କୃଷ୍ଣପ୍ରିୟା ପଣ୍ଡା, ଷ୍ଟାପ ନର୍ସ ଗଙ୍ଗା ସାହାଣୀ ପ୍ରଭୃତି ସ୍ଵାସ୍ଥ୍ୟ ସେବାରେ ନିୟୋଜିତ ଥ‌ିବାବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟର ଶିବିର ପରିଚାଳକ ଚିତ୍ରସେନ ଗୌଡ଼ଙ୍କ ତତ୍ତ୍ବାବଧାନରେ ତନବୀର, ଲକ୍ଷ୍ମୀପ୍ରିୟା, ଭାଗ୍ୟଶ୍ରୀ, ଓ ଜଗନ୍ନାଥ ପ୍ରମୁଖ ବିଶ୍ବ ମହିଳା ଦିବସ ଉପଲକ୍ଷେ କେବଳ ମହିଳାମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ। ମୋଟ ୪୫ ଜଣ ମହିଳାଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ମହିଳା ମାଗଣା ଅସ୍ତ୍ରୋପଚାର ପାଇଁ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା।
Article Image
1