ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
ତା - ୧୭/୦୯/୨୦୨୬: ଢେଙ୍କାନାଳ ବସ୍ଷ୍ଟାଣ୍ଡଠାରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶୋପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା। ପୂଜକ ସୁଶା ଭାଇନାଙ୍କ ଦ୍ୱାରା ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିବାବେଳେ ମଧ୍ୟାହ୍ନରେ ଉପସ୍ଥିତ ଭକ୍ତ ଓ ଅତିଥିମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
ପୂଜାରେ ସଂଘର ସଭାପତି ପ୍ରଭାକର ବେହେରା, ସମ୍ପାଦକ ପ୍ରମୋଦ ବେହେରା, ଉପସଭାପତି ପ୍ରଶାନ୍ତ ମହାନ୍ତି, ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ତ୍ରିପାଠୀ, କୋଷାଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର, ଉପକୋଷାଧ୍ୟକ୍ଷ ମନି ରାଉତଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।