ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ସଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା

ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ତା - ୧୭/୦୯: ଢେଙ୍କାନାଳ ବାଜିଚୌକସ୍ଥିତ ସଂଘ କାର୍ଯ୍ୟାଳୟରେ ସଟ୍ରିଙ୍ଗ ମାଲିକ ସଂଘ ପକ୍ଷରୁ ପବିତ୍ର ବିଶ୍ୱକର୍ମା ପୂଜା ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଏଥିସହ ହୋମଯଜ୍ଞ ଓ ଭୋଗ ଅର୍ପଣ କରାଯାଇଥିଲା। ପୂଜକ ଦୁଲା ଭାଇନ ପୂଜାର୍ଚ୍ଚନା କରିଥିବାବେଳେ ମଧ୍ୟାହ୍ନରେ ଭକ୍ତ, ଅତିଥି ଓ ସଂଘ ସଦସ୍ୟମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ସଂଘ ସଭାପତି ବସନ୍ତ ଦଳେଇ, ଉପସଭାପତି ସନ୍ତୋଷ ରାଉତ, ସମ୍ପାଦକ ଚକ୍ରଧର ରାଉତ, କୋଷାଧ୍ୟକ୍ଷ ତ୍ରିଲୋକ ରଞ୍ଜନ ଦଳେଇଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।
8