ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଢେଙ୍କାନାଳ ଠିକାଦାର ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା

ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ତା - ୧୭/୦୯: ଢେଙ୍କାନାଳ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ନିକଟରେ ଢେଙ୍କାନାଳ ଠିକାଦାର ସଂଘ ପକ୍ଷରୁ ଶ୍ରଦ୍ଧା ଓ ଭକ୍ତିର ସହ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ପୂଜା ଅବସରରେ କଳସ ପୂଜା, ମଣ୍ଡଳ ପୂଜା ସହ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଓ ଭୋଗ ଅର୍ପଣ କରାଯାଇଥିଲା। ମଧ୍ୟାହ୍ନରେ ଉପସ୍ଥିତ ଭକ୍ତ ଓ ଅତିଥିମାନଙ୍କୁ କ୍ଷୀରି ଭୋଗ ବଣ୍ଟନ କରାଯାଇଥିଲା। ପୂଜକ ଦୁଲା ଭାଇନା ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଦେବଦର୍ଶନ ଦେବାଶିଷ ବେହେରା, ସଭାପତି ଗୋବିନ୍ଦ ବିଶ୍ୱାଳଙ୍କ ସମେତ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।
10