ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାବା ଆଖଣ୍ଡଳମଣି ଅଟୋ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ

ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ତା. ୧୭/୦୯/୨୦୨୬ : ଢେଙ୍କାନାଳ ବସ୍‌ଷ୍ଟାଣ୍ଡସ୍ଥିତ ବାବା ଆଖଣ୍ଡଳମଣି ଅଟୋ ୱେଲଫେୟାର ଆସୋସିଏସନ୍‌ ପକ୍ଷରୁ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳିତ ହୋଇଯାଇଛି। ପୂଜା ଅବସରରେ କଳସ ଯାତ୍ରା, କଳସ ପୂଜା ଓ ମଣ୍ଡଳ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ଭଗବାନ ବିଶ୍ୱକର୍ମାଙ୍କୁ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯିବା ସହ ହୋମଯଜ୍ଞ ଓ ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥିଲା। ମଧ୍ୟାହ୍ନରେ ଉପସ୍ଥିତ ଭକ୍ତ, ଅତିଥି ଓ ସଂଘର ସଦସ୍ୟମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି ପୂଜା ଉତ୍ସବରେ ସଂଘର ସଭାପତି ରମେଶ ମହାନ୍ତି, ସମ୍ପାଦକ ଗୌତମ ଉଦୟ ସିଂହଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ସମ୍ପନ୍ନ ହୋଇଥିଲା।
10