ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବାଜା ଓ ଶଙ୍ଖନାଦରେ ପ୍ରକମ୍ପିତ ପାରାଦୀପ,ବିଶ୍ୱକର୍ମା ପୂଜା ପାଇଁ କଳସ ଶୋଭାଯାତ୍ରା

ପାରାଦୀପ, 18/09/2026, ଉତ୍କଳ voice news - utkalvoicenews.com(ସୁମିତ୍ରା ସେନାପତିଙ୍କ ରିପୋର୍ଟ) :
Article Image
ତା- ୧୭/୯: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ଉତ୍ସବମୁଖର ହୋଇଉଠିଛି ବନ୍ଦର ନଗରୀ ପାରାଦୀପ। ବିଭିନ୍ନ ପୂଜାମଣ୍ଡପରେ ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହେଉଛି। ଏହି ଅବସରରେ ଭାରତୀୟ ବନ୍ଦର ମଜଦୁର ସଂଘ ପକ୍ଷରୁ ଏକ ବିଶାଳ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଶୋଭାଯାତ୍ରାରେ ପାରାଦୀପ ଅଞ୍ଚଳର ବହୁ ସଂଖ୍ୟକ ମହିଳା ଓ ପୁରୁଷ ଭକ୍ତ ଉତ୍ସାହର ସହ ସାମିଲ ହୋଇଥିଲେ।
Article Image
ବାଜା, ଶଙ୍ଖନାଦ ଓ ଆତସବାଜିର ତାଳେ ତାଳେ ଶୋଭାଯାତ୍ରା ଆଗକୁ ବଢ଼ିଥିବା ବେଳେ ପାରାଦୀପ ବେଳାଭୂମି ଅଞ୍ଚଳ ଭକ୍ତିମୟ ପରିବେଶରେ ପ୍ରକମ୍ପିତ ହୋଇଉଠିଥିଲା।
Article Image
ସଂଘର ସଭାପତି ରାକେଶ ପଟ୍ଟନାୟକଙ୍କ ସମେତ ହଜାର ହଜାର ଭକ୍ତ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।
Article Image
ବିଶ୍ୱକର୍ମା ପୂଜାକୁ ନେଇ ସମଗ୍ର ପାରାଦୀପ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
Article Image
10