ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ତ୍ରୟମାସିକ ସାଂସ୍କୃତିକ ସାହିତ୍ୟ ପତ୍ରିକା "ଶବ୍ଦ ସୁରଭି " ର ବନ୍ଧୁମିଳନ।

କଟକ, 18/09/2026, ଉତ୍କଳ voice news - utkalvoicenews.com( ଅଂଶୁମାନ ମିଶ୍ର ଙ୍କ ରିପୋର୍ଟ ) :
Article Image
୧୫/୯/୨0୨୬ କଟକ ଚାଉଳିଆଗଞ୍ଜ ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଡ଼ଃ ବାୟା ମନୁ ଚର୍ଚ୍ଚିଙ୍କ ପରିଚାଳନା ରେ ହୋଇଯାଇଅଛି। ଏଥିରେ "ଶବ୍ଦ ସୁରଭି "ର ଆଗାମୀ ସଂଖ୍ୟା ଉତ୍କଳକେଶରୀ ଡ଼ ହରେକୃଷ୍ଣ ମହତାବ ବ୍ୟାସକବି ଫକୀର ମୋହନ ସେନାପତି , ଉତ୍କଳ ସମିଳନୀ ର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ମୟୁରଭଞ୍ଜ ର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଓ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଉପରେ ଆଧାରିତ ହେବ। "ଶବ୍ଦସୁରଭି "ର ବିଗତ ସଂଖ୍ୟା ପ୍ରଜାମଣ୍ଡଳ ର ନେତା ତଥା ଓଡ଼ିଶାର ପ୍ରାକ୍ତନ ଉପମୁଖ୍ୟମନ୍ତ୍ରୀ ଶ୍ରୀ ପବିତ୍ରମୋହନ ପ୍ରଧାନଙ୍କ ଉପରେ ଆଧାରିତ ଥିଲା। ଯାହାକି ପାଠକ ମାନଙ୍କ ମଧ୍ୟରେ ଆଦୃତ ହୋଇଥିଲା ଏହି ବୈଠକ ରେ "ଶବ୍ଦସୁରଭି "ର ଉପଦେଷ୍ଟା ପ୍ରଫେସର ଡ଼ ବୈଷ୍ଣବ ଚରଣ ସାମଲ ଓ ସମ୍ପାଦକ ଡ଼ ବାୟାମନୁ ଚର୍ଚି ପତ୍ରିକାର ପାଠକଙ୍କର ଚାହିଦାକୁ ଆଖି ଆଗରେ ରଖି ପୂର୍ବ ବତ୍ରୀ ସଖ୍ୟ। ଗୁଡିକ ପରି ବବିଷ୍ୟତର ସଂଖ୍ୟା ଗୁଡିକ ଉଚ୍ଚମାନର ହେଵା ଉଚିତ୍‌ ବୋଲି ଜୋର ଦେଇଥିଲେ।ଏହି କଥାକୁ "ଶବ୍ଦସୁରଭି " ପରିବାର ର ଅନ୍ୟ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ ଏବଂ ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ | କିଛି କିଛି ମୂଲ୍ୟବାନ୍ ଲେଖା ଖୁବ୍ ଶୀଘ୍ର ପହଂଚିବ ବୋଲି ଡ. ଭାଗ୍ୟଧର ରାଉତ ଓ ମନୋରଞ୍ଜନ ବେହୁରା ପ୍ରତିଶୃତି ଦେଇଥିଲେ | ପତ୍ରିକାର ପ୍ରସାରଣ ଏବଂ ଵିଜ୍ଞାପନ ବାବଦରେ ମଧ୍ୟ ଶ୍ରୀ ମୁରଲୀଧର ପାତ୍ର ଓ ଶ୍ରୀ ଓମ୍ ପ୍ରକାଶ ଗୁରୁ ସହମତି ପ୍ରକାଶ କରିଥିଲେ | ପ୍ରିଣ୍ଟିଂଗ୍ ଓ ଅନନ୍ୟା କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇବା ପାଇଁ ସମ୍ପାଦନା ମଣ୍ଡଳୀ ସଦସ୍ୟ ତଥା ବରିଷ୍ଠ ସ୍ତମ୍ଭକାର ଶ୍ରୀ ସୌମେନ୍ଦ୍ର ଜେନା ଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଥିଲା | ଓଡ଼ିଶାର ବରିଷ୍ଠ ସମାଜସେବୀ ତଥା ଶବ୍ଦସୁରଭି ର ଉପଦେଷ୍ଠା ଶ୍ରୀ ବଂଶୀଧର ନାୟକ ମହିଳା ଓ ଯୁବ ଲେଖକ ମାନଙ୍କ ଲେଖାକୁ ଅଧିକ ରୁ ଅଧିକ ସ୍ଥାନ ଦିଆଯାଉ ବୋଲି ଗୁରୁତ୍ୱାରୋପ କରିଥିଲେ | ଏହି କାର୍ଯ୍ୟକ୍ରମରେ ଜଗତ୍‌ସିଂହପୁର ର କର୍ମକର୍ତ୍ତା ଅଧ୍ୟାପକ ଶ୍ରୀ ବ୍ରଜମୋହନ ମହାପାତ୍ର, ଶ୍ରୀ ଅର୍ଜୁନ କୁମାର ମହାପାତ୍ର, ଶ୍ରୀ ନିକୁଞ୍ଜ କୁମାର ରାଉତ କେନ୍ଦ୍ରାପଡ଼ା ଜିଲ୍ଲାରୁ ଶ୍ରୀ କେଦାର ସାମନ୍ତରାୟ, ଆଡ଼ଭୋକେଟ୍ ଶ୍ରୀ ଚିନ୍ମୟ କୁମାର ରାଉତ, ଶ୍ରୀ ଦେବାଶିଷ ବାରିକ୍ ଏବଂ ଯାଜପୁର ଜିଲ୍ଲା ରୁ ଶ୍ରୀ ମୁରଲୀଧର ପାତ୍ର ଓ କଟକ ଜିଲ୍ଲାରୁ ପ୍ରାଧ୍ୟାପକ ଡ଼. ଭାଗ୍ୟଧର ରାଉତ, ଅଧ୍ୟାପକ ଶ୍ରୀ ମନୋରଞ୍ଜନ ବେହୁରା, ସମାଜସେବୀ ଶ୍ରୀ ଦୀପକ କୁମାର ରାୟ ଯୋଗ ଦେଇଥିଲେ | ଶେଷରେ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆୟୋଜନ କରିଥିବା "ଶବ୍ଦ ସୁରଭି "ର କଟକ ଜିଲ୍ଲା ସଦସ୍ୟ ଯୁବ ଉଦ୍ୟମୀ ଶ୍ରୀ ଓମପ୍ରକାଶ ଗୁରୁ ଙ୍କୁ ତାଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ବିଶେଷ ଧନ୍ୟବାଦ ଅର୍ପଣ କରାଯାଇଥିଲା।
7