ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ୧୦୮ ଦୀପ ପ୍ରଜ୍ୱଳନ

ଏରସମା, 18/09/2026, ଉତ୍କଳ voice news - utkalvoicenews.comପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ କାମନା କରି ସାରା ଦେଶରେ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଓ ‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଆୟୋଜିତ ହୋଇଛି।
Article Image
ଏହି ଅବସରରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ମଣ୍ଡଳ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତର ତ୍ରିଲୋଚନପୁରସ୍ଥିତ ମା’ କେନ୍ଦୁଳାଇଙ୍କ ପୀଠରେ ଶତାଧିକ ମହିଳାଙ୍କ ସହଭାଗିତାରେ ୧୦୮ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା। ମା’ କେନ୍ଦୁଳାଇଙ୍କ ନିକଟରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ, ସୁସ୍ଥ ଓ ନିରାମୟ ଜୀବନ ପାଇଁ ସମସ୍ତେ ପ୍ରାର୍ଥନା କରିଥିଲେ। ଜଗତସିଂହପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟ ସମ୍ପାଦିକା ଶ୍ରୀମତୀ ଅନୂଶୟା ଲେଙ୍କାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସ୍ଥାନୀୟ ମହିଳାଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ। ଦୀପ ପ୍ରଜ୍ୱଳନ ସହ ମା’ଙ୍କ ପୀଠରେ ସାମୂହିକ ପ୍ରାର୍ଥନା କରାଯାଇଥିଲା।
8