ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗଣେଶ ପୂଜାରେ ମହାବୀର ୟୁଥ୍ କ୍ଲବ୍‌ର ଅନ୍ନସଂଖୁଡି ଭୋଗ

ଢେଙ୍କାନାଳ, 18/09/2026, ଉତ୍କଳ voice news - utkalvoicenews.com( ଢେ଼ଙ୍କାନାଳ ରୁ ଶୁଭମ୍ ପାଣି ଙ୍କ ରିପୋର୍ଟ ) :
Article Image
୧୮/୯ : ଢେଙ୍କାନାଳ ସ‌ହର ଜଗନ୍ନାଥ ରୋଡସ୍ଥିତ ମହାବୀର ୟୁଥ୍ କ୍ଲବ୍‌ରେ ଶ୍ରୀଶ୍ରୀ ବିଘ୍ନରାଜ ଗଣପତିଙ୍କ ୫୨ତମ ପୂଜାର୍ଚ୍ଚନା ପାଳିତ ହୋଇଯାଇଅଛି । ପ୍ରତ୍ୟେକ ଦିନ ମଙ୍ଗଳ ଆଳତି, କଳସପୂଜା, ମଣ୍ଡଳ ପୂଜା, ଗଣେଶଙ୍କ ଷୋଡଶ ଉପଚାର ପୂଜା, ହୋମଯଜ୍ଞ ଅନୁଷ୍ଠିତ ହେଉଅଛି । ଚଳିତ ବର୍ଷ ରୂପା ଅଳଙ୍କାର ପରିଧାନ କରି ଶ୍ରୀ ଗଣେଶ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆଜି ଫଚମ ଦିନରେ ଶ୍ରୀ ଗଣେଶଙ୍କ ପାଖରେ ଅନ୍ନ ସଂଖୁଡି ଭୋଗ ଲାଗି କରାଯାଇଥୁଲା । ଏଥିରେ ଅନ୍ନ, ଡାଲ୍‌ମା, ବେସନ ତରକାରୀ, ଖଟା, କ୍ଷୀରି ଆଦି ବ୍ୟଞ୍ଜନ ଲାଗି କରାଯାଇଥିଲେ । ପ୍ରାୟ ୧୫୦୦ରୁ ଉର୍ଦ୍ଧ୍ବ ଭକ୍ତ ଏହାକୁ ସେବନ କରିଥିଲେ । ଏଥିରେ ପୂଜକ କବି ରୁଦ୍ର ନାରାୟଣ କବିଶତପଥୀ, କର୍ତା ଭାବେ ଜି. କେସ୍‌ପର ରାଓ ଓ କର୍ତୀ ମାଧବୀ ରାଓ ପ୍ରମୁଖ ସମସ୍ତ ପୂଜା ସମ୍ପାଦନ କରୁଛନ୍ତି । ସଭାପତି ଜି. ପରମେଶ୍ବର ରାଓ, ସଂପାଦକ ବୀରବର ସାହୁ, ସଦସ୍ୟ ଲୋକନାଥ ଦଲେଇ, ପ୍ରଭାତ ଦଳେଇ, ଓମ୍ ପ୍ରକାଶ ପାଣ୍ଡେ, ଚିନ୍ତାମଣି ସାହୁ, ପ୍ରକାଶ ସାହୁ, ଦିଲ୍ଲୀପ ଖଟୁଆ, ହୃଦାନନ୍ଦ ଦଳେଇ, ଦୁର୍ଗା ପ୍ରସାଦ ସାହୁ, ଦ୍ବାରିକା ପ୍ରସାଦ ସାହୁ ପ୍ରମୁଖ ଉକ୍ତ ପୂଜା ଉତ୍ସବକୁ ପରିଚାଳନା କରୁଛନ୍ତି । ଏହା ହେଉଛି ଭାଇଚାରାର ପର୍ବ ବୋଲି ସଦସ୍ୟ ମତବ୍ୟକ୍ତ କରିଥିଲେ ।
Article Image
7