ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ହୋମିଓପ୍ୟାଥି ଔଷଧ ଓ ଚିକିତ୍ସା ପ୍ରଣାଳୀ ନେଇ ବିଶେଷ ଆଲୋଚନା

ଜଗତସିଂହପୁର, 19/09/2026, ଉତ୍କଳ voice news - utkalvoicenews.com(ଅଂଶୁମାନ ମିଶ୍ରଙ୍କ ରିପୋର୍ଟ) :
Article Image
ତା-୧୮/୯ : ଜଗତସିଂହପୁର ମୁଖ୍ୟ ବଜାରସ୍ଥିତ ଏକ ଘରୋଇ ମଣ୍ଡପରେ ହୋମିଓପ୍ୟାଥି ଔଷଧ ଓ ଚିକିତ୍ସା ପ୍ରଣାଳୀ ସମ୍ପର୍କରେ ଏକ ବିଶେଷ ଆଲୋଚନା ସଭା ଅନୁଷ୍ଠିତ ହୋଇଛି। ଶ୍ରୀମା ହୋମିଓ ଏଜେନ୍ସିର ଆୟୋଜନରେ ଏସ୍‌.ବି.ଏଲ୍‌ କମ୍ପାନୀ ପକ୍ଷରୁ ଆୟୋଜିତ ଏହି ସଭାରେ ବହୁ ହୋମିଓପ୍ୟାଥି ଚିକିତ୍ସକ ଯୋଗଦେଇଥିଲେ। ସଭାରେ ହୋମିଓପ୍ୟାଥି ଚିକିତ୍ସା ପ୍ରଣାଳୀର ବିଭିନ୍ନ ଦିଗ, ଔଷଧ ପ୍ରସ୍ତୁତି ପ୍ରକ୍ରିୟା, ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ଚିକିତ୍ସା କ୍ଷେତ୍ରରେ ଏହାର ଅଭିଜ୍ଞତା ନେଇ ଆଲୋଚନା କରାଯାଇଥିଲା। ଏଥିସହ ଗାଁଠାରୁ ସହର ପର୍ଯ୍ୟନ୍ତ ହୋମିଓପ୍ୟାଥି ଚିକିତ୍ସା ସେବା ଯୋଗାଇ ଆସୁଥିବା ଚିକିତ୍ସକମାନଙ୍କୁ ନେଇ ପ୍ରଶିକ୍ଷଣ ଓ ଅନୁଭୂତି ବିନିମୟ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା। ହୋମିଓପ୍ୟାଥି ଔଷଧ ପ୍ରସ୍ତୁତିରେ ଆଧୁନିକ ଯନ୍ତ୍ରପାତି ଓ ଜ୍ଞାନକୌଶଳର ବ୍ୟବହାର ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ ମାଧ୍ୟମରେ ଚିକିତ୍ସକମାନଙ୍କୁ ଅବଗତ କରାଯାଇଥିଲା। ଆଲୋଚନା ସଭାରେ ଡାକ୍ତର ନିରଞ୍ଜନ ଜେନା ଓ ଡାକ୍ତର ତନ୍ମୟ କୁମାର ସେଠୀ ଉଦ୍‌ଘାଟକ ଭାବେ ଯୋଗଦେଇଥିଲେ। ଏସ୍‌.ବି.ଏଲ୍‌ କମ୍ପାନୀ ପକ୍ଷରୁ ଶିବାଶିଷ ରଥ, ସନ୍ତୋଷ କୁମାର ବିଶ୍ୱାଳ, ମୃତ୍ୟୁଞ୍ଜୟ ମହାନ୍ତି ଓ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଏମ୍‌.ଆର୍‌ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଡାକ୍ତର ସପନ ଅଧିକାରୀ, ଡାକ୍ତର ରମେଶ ଚନ୍ଦ୍ର ମହାନ୍ତି, ଡାକ୍ତର ଅଞ୍ଜନା ଭୋଳ, ଡାକ୍ତର ଗୁରୁପ୍ରସାଦ ଶତପଥୀ, ଡାକ୍ତର ଅଶୋକ କୁମାର ମଲ୍ଲିକଙ୍କ ସମେତ ୩୦ରୁ ଅଧିକ ଚିକିତ୍ସକ ଯୋଗଦେଇଥିଲେ।
Article Image
ଶେଷରେ ଶ୍ରୀମା ହୋମିଓ ଏଜେନ୍ସିର ମୁଖ୍ୟ ସ୍ୱତକୁମାର ସାହୁ ଉପସ୍ଥିତ ସମସ୍ତ ଅତିଥି, ଚିକିତ୍ସକ ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
23