ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ମା କନକ ସୁନ୍ଦରୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ରେ ଆନଦ ଉଲସିତ ଗ୍ରାମ ବାସି

ତିର୍ତ୍ତୋଲ, 09/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତଗତ ମଣିଜଙ୍ଗା ସ୍ଥିତ ମା କନକ ସୁନ୍ଦରୀ ଦେବୀ ଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ମା କନକ ସୁନ୍ଦରୀ ଙ୍କ
Article Image
ନୂତନ ବିଗ୍ରହ ପ୍ରତିଷ୍ଠା ଚାରି ଦିନ ବ୍ୟାପି ଚାଲିଥିଲା ପ୍ରଥମ ଦିନ ଅଙ୍କୁର ରୋପଣ, କଳସ ଯାତ୍ରା,ଘଟ ସ୍ଥାପନ, ସୁଯ୍ୟ ପୂଜା, ଗୋ ପୂଜା,ଚଖୁଦାନ,ନାମଯଜ୍ଞ,ଘୃତଯଜ୍ଞ ସହ ଅଷ୍ଟପ୍ରହରୀ ରେ ଗ୍ରାମ ଟି ଭାବଭକ୍ତିମୟ ପରିବେଶ ଥିଲା ଅତ୍ୟନ୍ତ ମନୋମୁଗ୍ଧକର। ଦେବନିତି ମୁତାବକ ମା ଙ୍କ ଉତ୍ସବରେ,ପୂଜାର୍ଚ୍ଚନା,ସଂକୀର୍ତ୍ତନ ମଣ୍ଡଳୀଙ୍କ ଗ୍ରାମ ପରିକ୍ରମା ସହ ଅଧିବାସ ପୂଜା ଅନୁଷ୍ଠିତ ହୋଇଥିଲା ଓ ହରିବୋଲ ହୁଳହୁଲି ରେ ପ୍ରକମ୍ପିତ ହୋଇ ଉଠିଥିଲା ପୁରା ଅଞ୍ଚଳ।ମା କନକ ସୁନ୍ଦରୀଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଗ୍ରାମବାସୀମାନେ ଆନନ୍ଦ ଓ ଉଲସିତ ହେବା ସହ ରବିନାରାୟଣ ସ୍ୱାଇଁ କର୍ତ୍ତା ଭାବେ ମା ଙ୍କୁ ଘଟ ସ୍ଥାପନ ପାଇଁ ଆବାହନ କରିଥିଲେ।ଏହି ପବିତ୍ର କାର୍ଯ୍ୟକ୍ରମ ଗ୍ରାମରେ ଧାର୍ମିକ ଓ ସାମାଜିକ ସମ୍ମିଳନକୁ ବୃଦ୍ଧି କରିଥିଲା, ଯାହା ଗ୍ରାମବାସୀ ମାନଙ୍କର ଏକତା ଓ ସଂସ୍କୃତିକୁ ପ୍ରତିବିମ୍ବିତ କରିଥିଲା । ଏହି ପ୍ରତିଷ୍ଠା ଉତ୍ସବ ଗ୍ରାମର ଆଧ୍ୟାତ୍ମିକ ଓ ସାମାଜିକ ଜୀବନରେ ନୂତନ ଉତ୍ସାହ ଓ ସଫଳତାର ସୂଚକ ଭାବେ ଦୃଷ୍ଟିଗୋଚର ହୋଇଛି।
Article Image
1