କୁଜଙ୍ଗ, 19/09/2026, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ) :
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ଭକ୍ତି ଓ ଉତ୍ସାହର ସହିତ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ କୁଜଙ୍ଗ ବିଦ୍ୟୁତ୍ କାର୍ଯ୍ୟାଳୟ ପରିସରରେ ମଧ୍ୟ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜା ଧୁମ୍ଧାମରେ ଅନୁଷ୍ଠିତ ହୋଇଥିଲା।
ବିଦ୍ୟୁତ୍ କାର୍ଯ୍ୟାଳୟର ଜେଇ ଶ୍ରୀ ଶୁଭ୍ରାଂଶୁ ଶେଖର ବେହେରାଙ୍କ ପୌରୋହିତ୍ୟରେ ପାରମ୍ପରିକ ରୀତିନୀତି ଅନୁସାରେ ପ୍ରଭୁ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ପୂଜା ଅବସରରେ କାର୍ଯ୍ୟାଳୟ ପରିସରକୁ ସୁନ୍ଦର ଭାବେ ସଜାଯାଇଥିଲା।
ଏହି ପୂଜାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଦିଲ୍ଲୀପ, ମନୋଜ, ବୁଟୁ, ପ୍ରସାଦ, ଲିଟୁନା, ସୋମ, ସୁନୀଲ, ପ୍ରଭାସ, ବାବାଜୀ, ମିଟୁ, ଅଭି, ଚିନୁ, ସୁକାନ୍ତ, ହରି, କାହ୍ନା, ସଂଗ୍ରାମ, ନନ୍ଦୁ, ସଞ୍ଜୁ, ଅଜୟ, ବୁଟୁନା, ସସ୍ମିତା ଓ ସମ୍ପଦଙ୍କ ସହଯୋଗରେ ଭକ୍ତ ଓ କର୍ମଚାରୀମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
ପୂଜାକୁ ନେଇ କାର୍ଯ୍ୟାଳୟ ପରିସରରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।