ରାହାମା, 19/09/2026, ଉତ୍କଳ voice news - utkalvoicenews.com(ପାରାଦ୍ଵୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୧୭/୦୯/୨୦୨୬: ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ପୂଜା ଅବସରରେ ବାଣିଜ୍ୟିକ ପେଣ୍ଠସ୍ଥଳୀ ରାହାମାସ୍ଥିତ ମୈତ୍ରୀ ବାଜାଜ ଶୋ’ରୁମ୍ରେ ବାଜାଜ ପଲସରର ୨୫ ବର୍ଷ ପୂର୍ତ୍ତି ଅବସରରେ ୩ଟି ନୂତନ ମଡେଲର ଉନ୍ମୋଚନ କରାଯାଇଛି।

ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ମୈତ୍ରୀ ବାଜାଜ ପକ୍ଷରୁ ପଲସରର ନୂତନ ମଡେଲ N160S, N160SS ଏବଂ ପଲସର ୧୨୫/୧୫୦ ସିରିଜ୍ର ନୂତନ ଭାରିଆଣ୍ଟ ଉନ୍ମୋଚିତ ହୋଇଛି। ଏହି ନୂତନ ମଡେଲଗୁଡ଼ିକରେ ଗୁଗଲ ମିରରିଂ, ୫ ଇଞ୍ଚର TFT ଡିସପ୍ଲେ, ଆଧୁନିକ ଟେକ୍ନୋଲୋଜି ସମେତ ବିଭିନ୍ନ ନୂତନ ଫିଚର ସାମିଲ ରହିଛି।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ମୈତ୍ରୀ ବାଜାଜର ଡିଲର ସତ୍ତ୍ୱାଧିକାରୀ ରବି ନାରାୟଣ ସାହୁ, ସହଧର୍ମିଣୀ ସୁକାନ୍ତି ସାହୁ, ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ ଓ ବିକାଶ କୁମାର ସାହୁଙ୍କ ସମେତ ବାଜାଜ ଅଟୋର ଏରିଆ ମ୍ୟାନେଜର ବିକ୍ରୟ ଓ ସେବା ଦେବାଶିଷ ମହାନ୍ତି ଏବଂ ସୁଧୀର ସୁନକଭାଲୀ ଉପସ୍ଥିତ ଥିଲେ।
ସେହିପରି ୟୁଟ୍ୟୁବର ସୋନୁ, ମୋନୁ, ରାକେଶ ବଳ ଓ ବାଜାଜ ଡିଜିଟାଲ ଇନ୍ଫ୍ଲୁଏନ୍ସର ତୁଷାର ଦାସ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।
କାର୍ଯ୍ୟକ୍ରମକୁ ସର୍ଭିସ୍ ମ୍ୟାନେଜର ଚିତ୍ତରଞ୍ଜନ ସେଠୀ, ସେଲ୍ସ ମ୍ୟାନେଜର ଦୀପକ କୁମାର ସାହୁ, ଶାଖା ସଂଯୋଜକ କରୁଣାକର ରାଉତ ଏବଂ ବରିଷ୍ଠ କର୍ମଚାରୀ ହରେକୃଷ୍ଣ ସାହୁ ଓ ଚିନ୍ମୟ ମିଶ୍ର ସହଯୋଗ କରିଥିଲେ।
ଆସନ୍ତା ପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଆକର୍ଷଣୀୟ ଅଫର ସହ ନୂତନ ମଡେଲଗୁଡ଼ିକ ଉପଲବ୍ଧ କରାଯିବ ବୋଲି ମୈତ୍ରୀ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାର ସାହୁ ପ୍ରକାଶ କରିଛନ୍ତି।