ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପାରାଦୀପ ଗଡ ପଞ୍ଚାୟତ ରେ ମହିଳା ଦିବସ ପାଳନ l

ପାରାଦୀପ ଗଡ , 12/03/2025, ଉତ୍କଳ voice news - utkalvoicenews.com
Article Image
ଜଗତସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଳକ୍, ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ତରଫରୁ ଆର୍ସେଲର ମିତ୍ତଲ ଓ ନିପ୍ପନ୍ ଷ୍ଟିଲ କମ୍ପାନୀ ସହାୟତା ରେ ଆନ୍ତର୍ଜାତିକ ମହିଳା ଦିବସ ମହାସମାରୋରେ ପାଳନ କରାଯାଇଛି l ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ ଗୋଲାପ ରାଣୀ ସାହୁ ଯୋଗଦେଇ ମହିଳା ମାନଙ୍କ ଦାୟିତ୍ଵ, କର୍ତ୍ତବ୍ୟ ଓ
Article Image
ସ୍ବାବଲମ୍ବୀ ହେବା ସମ୍ପର୍କୀୟ ବକ୍ତଵ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ବରିଷ୍ଟ ଆଇନଜୀବୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ବେହେରା, ଆର୍ସେଲର ମିତ୍ତଲ ଓ ନିପ୍ପୋନ ଷ୍ଟିଲ କଂପାନୀ ର ସି.ଏସ. ଆର୍. ପାରାଦୀପ ମୁଖ୍ୟ ଶ୍ରୀଯୁକ୍ତ ଦେବାଶିଷ ସ୍ୱାଇଁ, ସି.ଆର୍.ପି. ଶ୍ରୀମତୀ ସତ୍ୟଭାମା ସ୍ୱାଇଁ ଓ ରେବତୀ ସ୍ୱାଇଁ, ୱାର୍ଡ ସଭ୍ୟା କଳ୍ପନା ଦାସ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ପରି ହେବା ପାଇଁ ବକ୍ତଵ୍ୟ ରଖିଥିଲେ l ଶ୍ରୀମତୀ ପ୍ରୀୟତ୍ତମା ସେନାପତି ସଭାକାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ରଶ୍ମିବାଳl ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ l
Article Image
Article Image
1