ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ରେଙ୍କୁ ଚଣ୍ଡିଖୋଲ ଠାରେ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ

ଯାଜପୁର, 19/09/2026, ଉତ୍କଳ voice news - utkalvoicenews.com (ଉମାକାନ୍ତ ବେହେରା ଙ୍କ ରିପୋର୍ଟ) :
Article Image
ତା - ୧୯/୦୯/୨୦୨୬ : ଆଜି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡଚଣା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି।ଧାମନଗର ପୂର୍ବତନ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଶ୍ରାଦ୍ଧ ଦିବସରେ ଯୋଗଦେବା ପାଇଁ ଭଦ୍ରକ ଜିଲ୍ଲାର ତିହିଡି ଗ୍ରସ୍ତ ସମୟରେ ଚଣ୍ଡିଖୋଲ ଛକ ଠାରେ ଭାରତୀୟ ଜନତାପାଟିର୍ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱାଗତ କରିଥିଲେ।ଏହି ଗ୍ରସ୍ତ ସମୟରେ ଧର୍ମନ୍ଦ୍ରେଙ୍କ ସହ ବଡଚଣା ବିଧାୟକ ଅମର କୁମାର ନାୟକ, ଜଗସିଂହପୁର ବିଧାୟକ ଅମରେନ୍ଦ୍ର ଦାସଙ୍କୁ ମଧ୍ୟ ସ୍ୱାଗତ ସମ୍ଭର୍ଧନା ପ୍ରଦାନ କରାଯାଇଥିଲା।ଯାଜପୁର ଜିଲ୍ଲା ଭାଜପା ଉପସଭାପତି ପ୍ରମୋଦ କୁମାର ଜେନା,ସମ୍ପାଦକ ବିକାଶ ମହାପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ, ଜିଲ୍ଲାପରିଷଦ ସଭ୍ୟ ଅରବିନ୍ଦ ସାମଲ, ଯଚିନ୍ଦ୍ର ପ୍ରସାଦ ନାୟକ, ବ୍ଲକ ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ, ମଣ୍ଡଳ ସଭାପତି ବିମଳ ପ୍ରସନ୍ନ ପ୍ରଧାନ, ମାନସ ରାଉତ ରାୟ,ବିଶ୍ଵଜିତ ସାମଲ, ମନୋଜ ପ୍ରଧାନ, ଅଶୋକ କୁମାର ସିଂ,ସାମ୍ବାଦିକ ମହେଶ୍ୱର ବଳ,ଆଦିବାସୀ ଉନ୍ନୟନ ପରିଷଦ ଜିଲ୍ଲା ଉପସଭାପତି ସାନୀ ଜାରିକା,ସରପଞ୍ଚ ରଞନ କୁମାର ଦାଶ, ନବଦ୍ୱିପ ନାୟକ, ସମୀର ରାଉତ, ଅଞୁଲତା ସ୍ଵାଇଁ, ଅକ୍ଷୟ ରାଉତ ରାୟ,ଯଯାତି କେଶରୀ ରାଉତ, ମଧୁସୂଦନ ବଳ,ଚିନ୍ମୟୀ ସାହୁ,ମାମାଲି ବ୍ରହ୍ମ, ସୁଜାତା ସାହୁ,ଗାୟତ୍ରୀ ରାଉତ, ରବିନ୍ଦ୍ର ରାଉତ, ପଦ୍ମଲାଭ ପଣ୍ଡା,ଲାଲାଟେଣ୍ଡୁ ମହାପାତ୍ର, ନିଳମଣୀ ରାଉତ, ବାଇଧର ସେନାପତି,ସୁମନ୍ତ ସାମଲ,ଅମୀୟ ସାହାଣୀ,ପବିତ୍ର ରାଉତ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଥିଲେ।
10