ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଶକ୍ତିଶ୍ରୀ ନାରୀ ସଶକ୍ତିକରଣ ଏବଂ ସଚେତନତା ଶିବିର ଉଦ୍ ଯାପନ

ଯାଜପୁର, 19/09/2026, ଉତ୍କଳ voice news - utkalvoicenews.com( ଉମାକାନ୍ତ ବେହେରା ଙ୍କ ରିପୋର୍ଟ)
Article Image
ତା - ୧୯/୦୯/୨୦୨୬ : ସୃଷ୍ଟିକର୍ତ୍ତା ନାରୀକୁ ସର୍ବଶ୍ରେଷ୍ଠ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିଛନ୍ତି । ନାରୀ ତାର ମର୍ଯ୍ୟାଦା ରକ୍ଷା ହିଁ ସମାଜ ପାଇଁ ସବୁଠାରୁ ବଡ ଆହ୍ଵାନ । ସବୁ ପରେ ବି ନାରୀ ସର୍ବଦା ସଶକ୍ତ ବୋଲି ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ଛତିଆରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ଆଲୋଚନାରେ ମତ ପ୍ରକାଶ ପାଇଛି ।ଶୁକ୍ରବାର ଏହି କଲେଜରେ ଶକ୍ତିଶ୍ରୀ ସଚେତନତା ସଂପାନ ଓ ଆତ୍ମରକ୍ଷା ପ୍ରଶିକ୍ଷିଣ ଉଦଯାପନୀ ସମାରୋହ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଶିବାନନ୍ଦ ସ୍ବାଇଁ କହିଥିଲେ ଯେ, ଗୋଟିଏ ଛୁଞ୍ଚି ମୁନ ପରି ଶୁକ୍ରାଣୁ ନାରୀ ଗର୍ଭରେ ଧାରଣ କରି ଚାଳିସି ସପ୍ତାହ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖି ଗୋଟିଏ ଜୀବନକୁ ଜନ୍ମ ଦେଇଥାଏ । ସୃଷ୍ଟିକର୍ତ୍ତି ନାରୀକୁ କେବଳ ବର୍ହି ସୌନ୍ଦର୍ଯ୍ୟ ଦେଇ ନାହାନ୍ତି । ବରଂ ତ୍ୟାଗ, ସେବା, ଧୈର୍ଯ୍ୟ, ଚରିତ୍ର, ସହ‌ନଶୀଳତା ଓ ଆତ୍ମ ବଳୀଦାନର ଅନ୍ତଃ ସୌନ୍ଦର୍ଯ୍ୟର ଅସଲ ଶକ୍ତି ମଧ୍ୟ ପ୍ରଦାନ କରିଛନ୍ତି । ଆଧୁନିକତାର ଅର୍ଥ କଦାପି ବହିଃ ସୌନ୍ଦର୍ଯ୍ୟ ନୁହେଁ । ବରଂ ଅନ୍ତ ସୌନ୍ଦର୍ଯ୍ୟର ବିକାଶ । ଏହା ହୋଇପାରିଲେ ନାରୀ ସର୍ବଦା ସଶକ୍ତ । କେବଳ ଆତ୍ମ ବିଶ୍ବାସ ହିଁ ତାର ଅସଲ ସାମର୍ଥ୍ୟ ।କଲେଜ ଅଧ୍ୟକ୍ଷ ପ୍ରଫେସର ବିମଳ ଚନ୍ଦ୍ର ମଲିକଙ୍କ ଅଧ୍ୟ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଶକ୍ତିଶ୍ରୀ ସଂଯୋଯିକା ଡ.ଚନ୍ଦ୍ରକଳା ନାୟକ ସ୍ବାଗତ ଭାଷଣ ଦେଇ କହିଥିଲେ ଯେ, ଆଜିର ମୁଖ୍ୟ ଅତିଥି ଶିବାନନ୍ଦ ସ୍ବାଇଁ ଆମ ଛାତ୍ରୀ ସମାଜ ପାଇଁ ଏକ ପ୍ରେରଣାର ଉତ୍ସ । କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାନତଲଗା ପରି ନିପଟ ମଫସଲ ଗାଁରୁ ସେ ପାଠପଢି ବାୟୁସେନାରେ କାର୍ଯ୍ୟ କରିବା ସହ ଓଏଏସରେ ରାଜ୍ୟରେ ଟପ୍ପର ହୋଇ ରାଜ୍ୟର ଜଣେ ବରିଷ୍ଠ ପ୍ରଶାସକ ହୋଇ ପାରିଛନ୍ତି । ସେ ପାଠ ପଢିବା ବେଳେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ତାଙ୍କ ଗାଁ ଲୋକେ ବିଦ୍ୟୁତ ଦେଖି ନଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଜୀବନର ସଂକଳ୍ପକୁ ସାର୍ଥକ କରିବା ପାଇଁ ସଂଘର୍ଷ କରିଥିଲେ । ଏଥିରେ ଛତିଆ ଫାଣ୍ଡୀ ଅଧିକାରୀ ସରୋଜ ବେହେରା, କଲେଜର ପ୍ରଶାସନିକ ଅଧିକାରୀ ଡ.ନୀରଂଜନ ପାତ୍ର ପ୍ରମୁଖ ବହୁ ମୂଲ୍ୟ ବକ୍ତବ୍ୟ ଉପସ୍ଥାପନ ରଖିଥିଲେ । ଏହି କାର୍ଯ୍ୟକ୍ରମର ସହ ସଂଯୋଜିକା ଅଧ୍ୟାପିକା ସ୍ୱର୍ଣ୍ଣମୁଦ୍ରା ମିଶ୍ର, ସୁଜାତା ବେହେରା, ସୁନୀତା ସ୍ବାଇଁ, ସୁମିତ୍ରା ନନ୍ଦ, କବିତା ସାହୁ, ଅଧ୍ୟାପକ ତପନ କୁମାର ପଣ୍ଡା, ତୁଷାରକାନ୍ତି, ବିଜୟ ରାଉତ, ଚକ୍ରଧର ନାୟକ, ଭୋଳାନାଥ ନାୟକ, ସତ୍ୟ ମଲିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରୀ ମାନଙ୍କ ତରଫରୁ ବିଭିନ୍ନ ନୃତ୍ୟ ପରିବେଷଣ କରାଯିବାସହ।ଶେଷରେ ପିଲା ମାନଙ୍କୁ ମାନପ‌ତ୍ର ପ୍ରଦାନ କରାଯାଇ ଥିଲା। ପରିଶେଷରେ ଅଧ୍ୟାପକ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
10