ଢେଙ୍କାନାଳ, 19/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
ତା-୧୮/୦୯/୨୦୨୬, ଶୁକ୍ରବାର ଦିନ ଢେଙ୍କାନାଳ କାଙ୍କଡ଼ପାଳ ଅଞ୍ଚଳସ୍ଥିତ ଗଜପତି କ୍ଲବ୍ ପକ୍ଷରୁ ଏକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଗଣେଶ ପୂଜା ଅବସରରେ ସନ୍ଧ୍ୟା ସମୟରେ ଗଣେଶ ପ୍ରଭୁଙ୍କ ନିକଟରେ ସାମୂହିକ ମଙ୍ଗଳ କାମନା କରାଯିବା ସହ ୧୦୮ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା।
ଏହି ଅବସରରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଉପଲକ୍ଷେ ମଧ୍ୟ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଗଜପତି କ୍ଲବ୍ ପକ୍ଷରୁ ଭକ୍ତ ଓ ଅଞ୍ଚଳବାସୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।
କ୍ଲବ୍ ସଭାପତି ପ୍ରିୟବ୍ରତ ପଣ୍ଡା, ସମ୍ପାଦକ ସୂର୍ଯ୍ୟନାରାୟଣ ସାହୁ, କିରଣ କୁମାର ଦାସଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ପ୍ରାୟ ୫୦୦ ଜଣ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ କ୍ଲବ୍ ସଭାପତି ପ୍ରିୟବ୍ରତ ପଣ୍ଡା କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା କ୍ଲବ୍ର ସମସ୍ତ ସଦସ୍ୟ ଓ ମୁଖ୍ୟ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।