ପାରାଦୀପଗଡ଼, 19/09/2026, ଉତ୍କଳ voice news - utkalvoicenews.com(ପାରାଦୀପ, କୁଜଙ୍ଗରୁ ରଶ୍ମିରଞ୍ଜନ ଦାସଙ୍କ ରିପୋର୍ଟ)
ତା. ୧୯.୦୯.୨୦୨୬: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ଅବସରରେ ପାରାଦୀପଗଡ଼ସ୍ଥିତ ଶ୍ରୀମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ‘ସେବା ସଂକଳ୍ପ ଅଭିଯାନ-୨୦୪୭’ ଅନ୍ତର୍ଗତ ଏକ ସ୍ୱତନ୍ତ୍ର ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ବକ୍ତୃତା, ସାଧାରଣ ଜ୍ଞାନ ଆଦି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ କୁଜଙ୍ଗ ଓକିଲ ସଂଘର ସଭାପତି ଶ୍ରୀ ସଞ୍ଜୟ କୁମାର ବେହେରା ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହାସହ ଶ୍ରୀ ବେହେରା ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଓ ଦେଶ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଇତିଶ୍ରୀ ସାହୁ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ। ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ସ୍ୱାଇଁ, ଦୀପିକା ସୋରେନ୍, ଆୟସ୍ମିତା ସାହୁ, ରଞ୍ଜୁକ୍ତା ସାହୁ ଓ ଇଲିଜା ମହାନ୍ତି ପ୍ରମୁଖ ଉତ୍ସବର ପରିଚାଳନାରେ ସହଯୋଗ କରିଥିଲେ।