ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଗୋଲ୍ଡ ଷ୍ଟାର କ୍ଲବ୍‌ର ୩୯ତମ ବିଶ୍ୱକର୍ମା ପୂଜା ଉତ୍ସବରେ ପୂର୍ବତନ ବିଧାୟକ ସୁଧୀର ସାମଲଙ୍କ ଯୋଗଦାନ

ଢେଙ୍କାନାଳ, 20/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତା. ୧୯/୦୯/୨୦୨୬: ଢେଙ୍କାନାଳ ସହରର ମୀନାବଜାର ବଣିଆସାହିସ୍ଥିତ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୯ତମ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳିତ ହେଉଛି। ପୂଜା ଅବସରରେ ଆଜି ତୃତୀୟ ଦିବସରେ ଢେଙ୍କାନାଳର ପୂର୍ବତନ ବିଧାୟକ ସୁଧୀର କୁମାର ସାମଲ ପୂଜା ମଣ୍ଡପ ପରିଦର୍ଶନ କରି ଭଗବାନ ବିଶ୍ୱକର୍ମାଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ପୂଜା ଆୟୋଜନକୁ ପ୍ରଶଂସା କରିବା ସହ କ୍ଲବ୍‌ର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ତାଙ୍କ ସହ ଢେଙ୍କାନାଳ ପୌରପାଳିକାର ଉପନଗରପାଳ ପ୍ରକାଶ କୁଅଁର, ୧୨ ନମ୍ବର ୱାର୍ଡର କାଉନସିଲର ଶୁଭଲକ୍ଷ୍ମୀ ସାହୁ ଏବଂ ବାର୍ ଆସୋସିଏସନ୍‌ର ସଭାପତି ଗୋପାଳ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଭଗବାନ ବିଶ୍ୱକର୍ମାଙ୍କ ଦର୍ଶନ କରିଥିଲେ। ପୂଜା ଉତ୍ସବରେ କ୍ଲବ୍‌ର ସଭାପତି ତୁଷାର ରଞ୍ଜନ ମହାପାତ୍ର, ସମ୍ପାଦକ ଅରୁଣ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ପାଳିତ ହୋଇଥିଲା। ଏହାସହ ଆସନ୍ତାକାଲି ଯାଉଁଳି ପୋଖରୀ ମଠଠାରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି।
18