ବୁଗୁଡ଼ା, 20/09/2026, ଉତ୍କଳ voice news - utkalvoicenews.com(ସୋରେନ କୁମାର ପ୍ରଧାନ ଙ୍କ ରିପୋର୍ଟ):
ବୁଗୁଡ଼ା ଏନଏସି ପକ୍ଷରୁ ଏକ ବର୍ଜ୍ୟବସ୍ତୁ ପରିଚାଳନା କର୍ମଶାଳା ସ୍ଥାନୀୟ ଏମ୍ ସି ସି ଠାରେ ହୋଇଥିଲା। ସ୍ଥାନୀୟ ନିୟୁ ଏରା ପବ୍ଲିକ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବର୍ଜ୍ୟବସ୍ତୁ ବିଭାଗୀକରଣ, ଡଷ୍ଟବିନ ର ବ୍ଯବହାର, ବିଷୟରେ ଜାଣିବାକୁ ପାଇଥିଲେ। ବୁଗୁଡ଼ା ଏନ୍ଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବିଭୂତି ଭୂଷଣ ବେହେରା ଙ୍କ ତତ୍ତ୍ଵାବଧାନରେ ସାନିଟେଶନ ସୁପର ଭାଇଜର ରାଜେନ୍ଦ୍ର ପ୍ରଧାନ ଛାତ୍ର ଛାତ୍ରୀ ମାନଙ୍କୁ ବର୍ଜ୍ୟବସ୍ତୁ ରୁ କିପରି ଜୈବିକ ଖତ ପ୍ରସ୍ତୁତ ହେଉଛି ଦେଖାଇବା ସହ ଆବର୍ଜନା ର ବିଭାଗୀକରଣ, ପୁନଃ ବ୍ୟବହାର ଯୋଗ୍ୟ କିପରି କରିବା, ଇ ଆବର୍ଜନା ର ପୃଥକି କରଣ ଓ କାର୍ଯ୍ୟକାରିତା ସମ୍ପର୍କରେ ବୁଝାଇଥିଲେ। ଏହି ବିଷୟ ବସ୍ତୁ ଗୁଡ଼ିକୁ ନିଜ ପରିବାର ତଥା ଲୋକଙ୍କୁ ବୁଝାଇ ସଚେତନ କିପରି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗାଇଡ୍ ଶିକ୍ଷକ ଭାବେ ବୈଷ୍ଣବ ଚରଣ ଦାଶ ଓ ନିବେଦିତା ମିଶ୍ର ଯୋଗ ଦେଇ ଥିବା ବେଳେ ରଞ୍ଜିତା ପାଢ଼ୀ, ରାଜେଶ୍ୱରୀ ମହରଣା ଙ୍କ ସମେତ ସମସ୍ତ ସଫେଇ କର୍ମଚାରୀ ସହଯୋଗ କରିଥିଲେ।