ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ବିଜ୍ଞାନମେଳାରେ ଦ୍ୱିତୀୟ ସ୍ଥାନ ହାସଲ କଲେ ଫିରଦୋସ

ତିର୍ତ୍ତୋଲ, 20/09/2026, ଉତ୍କଳ voice news - utkalvoicenews.com( ଜିଲ୍ଲା ପ୍ରତିନିଧି ନୃସିଂହ ମଲ୍ଲିକଙ୍କ ରିପୋର୍ଟ। ) :
Article Image
୧୯/୯: ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପ୍ରାଦେଶିକ ବିଜ୍ଞାନମେଳାରେ ଗୋରଖନାଥ ଶିଶୁ ମନ୍ଦିରର ଛାତ୍ରୀ ଜସ୍ନିନ୍ ଫିରଦୋସ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ‘ଦୈନନ୍ଦିନ ଜୀବନରେ ବିଜ୍ଞାନର ଉପଯୋଗିତା’ ବିଷୟକ ପ୍ରତିଯୋଗିତାରେ ଭାଗ ନେଇ ଫିରଦୋସ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ନିଜର ଜ୍ଞାନ, ପ୍ରତିଭା ଓ ବିଷୟ ଉପସ୍ଥାପନାର ଦକ୍ଷତା ଦ୍ୱାରା ସେ ବିଚାରକମଣ୍ଡଳୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ସଫଳତା ପଛରେ ଗୋରଖନାଥ ଶିଶୁ ମନ୍ଦିରର ଗୁରୁଜୀ ଓ ଗୁରୁମାମାନଙ୍କ ମାର୍ଗଦର୍ଶନ ଓ ପ୍ରୋତ୍ସାହନ ରହିଥିବା ଫିରଦୋସ କହିଛନ୍ତି। ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ହାସଲ ପରେ ବିଦ୍ୟାଳୟ ପରିବାର ସହ ମୁଳିସିଂ ଅଞ୍ଚଳରେ ଖୁସିର ମାହୋଲ। ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀ ଫିରଦୋସଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
11