ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଯୁବପିଢ଼ିଙ୍କୁ ନେଇ କଂଗ୍ରେସର ସାଂଗଠନିକ ବୈଠକ

ଜଗତସିଂହପୁର, 20/09/2026, ଉତ୍କଳ voice news - utkalvoicenews.com(ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ) :
Article Image
ଜଗତସିଂହପୁର ସ୍ଥିତ ସ୍ଥାନୀୟ ଟାଉନ ହଲ୍‌ଠାରେ ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି କୁମାର ପ୍ରୀତମ ପରିଜାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା କଂଗ୍ରେସ ସଭାପତି ଦେବ ପ୍ରସାଦ ନାୟକ, ରାଜ୍ୟ ସମ୍ପାଦକ ଅଜୟ କୁମାର ସାହୁ ଓ ନଗର କଂଗ୍ରେସ ସଭାପତି ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ।
Article Image
ବୈଠକରେ ଆଗାମୀ ଦିନରେ ଯୁବପିଢ଼ିଙ୍କୁ ସଂଗଠିତ କରି କଂଗ୍ରେସ ଦଳକୁ ଅଧିକ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଥିଲା। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜିଲ୍ଲା ଓ ରାଜ୍ୟରେ ଦଳୀୟ ସଂଗଠନକୁ ମଜବୁତ କରିବା ସହ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି ବୈଠକରେ ଜିଲ୍ଲାର ୮ଟି ବ୍ଲକ ଓ ୨ଟି ମ୍ୟୁନିସିପାଲିଟିର ବହୁ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
6