ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଜ୍ଞାନବିଜ୍ଞାନ ମେଳାରେ ୨୦ ବିଦ୍ୟାଳୟର ଅଂଶଗ୍ରହଣ

ଗଞ୍ଜାମ / ବ୍ରହ୍ମପୁର, 20/09/2026, ଉତ୍କଳ voice news - utkalvoicenews.comସ୍ଥାନୀୟ ବାସୁଦେବନଗରସ୍ଥିତ ମା’ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ପକ୍ଷରୁ ୨୬ତମ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
Article Image
କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରାଜ, ସ୍ଥାୟୀ ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ଡ. ରମେଶଚନ୍ଦ୍ର ଚ୍ୟାୟୁପଟ୍ଟନାୟକ, ସଂସ୍ଥାନର ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ, ପରୀକ୍ଷା ପ୍ରମୁଖ ଉଷାରାଣୀ ତ୍ରିପାଠୀ ଓ ପ୍ରଧାନାଚାର୍ଯ୍ୟା ସୁକାନ୍ତି ଶତପଥି ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରି ମେଳାର ଶୁଭାରମ୍ଭ କରିଥିଲେ। ଆଚାର୍ଯ୍ୟ ଅମୀୟ କୁମାର ରଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦିକା ବିବରଣୀ ପାଠ କରିଥିଲେ। ମୃତ୍ୟୁଞ୍ଜୟ ବିଷୋଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଏହି ଜ୍ଞାନବିଜ୍ଞାନ ମେଳାରେ ୨୦ଟି ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ବିଜ୍ଞାନଭିତ୍ତିକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କୁନି ବୈଜ୍ଞାନିକମାନଙ୍କ ପ୍ରକଳ୍ପଗୁଡ଼ିକୁ ବରିଷ୍ଠ ବିଜ୍ଞାନ ଶିକ୍ଷକମାନେ ନିରୀକ୍ଷଣ ଓ ମୂଲ୍ୟାୟନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସତ୍ୟନାରାୟଣ ଦାସ, ସାଇ ନାରାୟଣ ସାହୁ, ସତ୍ୟବାଦୀ ସାହୁ, ଶିବ ସାହୁ, ଗୀତାଞ୍ଜଳି ପଣ୍ଡା, ତୁଳସୀ ପଟ୍ଟନାୟକ, ରଂଜିତ ଖାଡ଼ଙ୍ଗା, ରାଜେନ୍ଦ୍ର ପଟ୍ଟନାୟକ, ରମେଶ ପ୍ରଧାନ, ଅଶ୍ୱିନୀ କୁମାର ଦାସ, ଶିଶୁ ସେବକ ପ୍ରବୋଧ ପାତ୍ର ଓ ସେବିକା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ।
6