ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭକ୍ତିମୟ ପରିବେଶରେ ଗୋଲ୍ଡ ଷ୍ଟାର କ୍ଲବ୍‌ର ବିଶ୍ୱକର୍ମା ପୂଜା

ଢେଙ୍କାନାଳ, 21/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ)
Article Image
ଢେଙ୍କାନାଳ ସହର ମୀନାବଜାର ବଣିଆସାହିସ୍ଥିତ ଗୋଲ୍ଡ ଷ୍ଟାର କ୍ଲବ୍ ପକ୍ଷରୁ ୩୯ତମ ବିଶ୍ୱକର୍ମା ପୂଜା ଧୁମ୍‌ଧାମରେ ପାଳିତ ହେଉଛି। ପୂଜାର ଚତୁର୍ଥ ଦିବସରେ ସ୍ଥାନୀୟ ଯାଉଁଳିପୋଖରୀ ମଠ ପ୍ରାଙ୍ଗଣରେ ସଙ୍ଖୁଡ଼ି ଭୋଗ ବଣ୍ଟନ ଓ ପ୍ରସାଦସେବନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅତିଥିଙ୍କ ସମେତ ୪୦୦ରୁ ଊର୍ଦ୍ଧ୍ୱ ଭକ୍ତ ପ୍ରସାଦସେବନ କରିଥିଲେ। ଏଥିରେ ଅନ୍ନ, ମିଠାଅନ୍ନ, ଡାଲି, ମିଶ୍ର ତରକାରୀ, ଖଟା, ଶାଗମୁଗ ଓ କ୍ଷୀରି ଆଦି ପ୍ରସାଦ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସମୟରେ ପୂଜା ମଣ୍ଡପରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଉପସ୍ଥିତ ହୋଇ ଭଗବାନ ବିଶ୍ୱକର୍ମାଙ୍କ ଦର୍ଶନ କରି ଆଶୀର୍ବାଦ ଲାଭ କରିଥିଲେ। ପୂଜା ଉତ୍ସବରେ ସଂଘ ସଭାପତି ତୁଷାର ରଞ୍ଜନ ମହାପାତ୍ର, ସମ୍ପାଦକ ଅରୁଣ ମହାପାତ୍ରଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ସମସ୍ତଙ୍କ ଉପସ୍ଥିତିରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶ୍ୱକର୍ମା ପୂଜା ଉତ୍ସବ ପାଳିତ ହୋଇଥିଲା। ଆସନ୍ତା ୨୨ ତାରିଖ, ମଙ୍ଗଳବାର ଦିନ ଭସାଣି ଉତ୍ସବ ପାଳନ କରାଯିବ।
5