ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ଭାଇମାନଙ୍କ ଶୁଭ ମନାସି ଖୁଦୁରୁକୁଣୀ ଓଷା ପାଳିଲେ ଝିଅ ଓ ବୋହୂ

ଢେଙ୍କାନାଳ, 21/09/2026, ଉତ୍କଳ voice news - utkalvoicenews.com(ଢେଙ୍କାନାଳରୁ ଶୁଭମ୍ ପାଣିଙ୍କ ରିପୋର୍ଟ) :
Article Image
ତାରିଖ – ୨୦/୯: ଢେଙ୍କାନାଳ ସହରସ୍ଥିତ ଦୋଳମଣ୍ଡପ ସାହିର ମା’ ମଙ୍ଗଳା ପୂଜା ମଣ୍ଡପଠାରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଯାଇଛି। ଦୀର୍ଘ ୫ ବର୍ଷ ଧରି ଏଠାରେ ଏହି ପୂଜା ଜାକଜମକରେ ପାଳିତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଛି। ୪ ପାଳି ଧରି ଏହି ଓଷା ପାଳନ ହୋଇଆସୁଥିବା ବେଳେ ଅନ୍ତିମ ଦିବସରେ ପ୍ରାତଃ ସମୟରୁ ମା’ ଖୁଦୁରୁକୁଣୀଙ୍କୁ ସ୍ଥାପନ କରାଯାଇ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ସନ୍ଧ୍ୟା ସମୟରେ ମା’ଙ୍କ ଆଳତି କରାଯିବା ସହ ଖୁଦୁରୁକୁଣୀ ଓଷା ବହି ପଠନ କରାଯାଇଥିଲା। ପରେ ରାତ୍ରି ୧୦ଟା ସମୟରେ ପାରମ୍ପରିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଝିଅ ଓ ବୋହୂମାନେ ନିଜ ଭାଇମାନଙ୍କ ଶୁଭ ଓ ମଙ୍ଗଳ କାମନା କରି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ପୂଜାରେ ଖଇ, ଉଖୁଡ଼ା, ନଡ଼ିଆ, ରାଶି ଲଡ଼ୁ, କଦଳୀ, କାକୁଡ଼ି, ବୁନ୍ଦିଆ ଆଦି ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା। ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ପୂଜା କମିଟିର ଗାୟତ୍ରୀ ଷଣ୍ଢ, ଦୀପିକା ଷଣ୍ଢ, ସୁଭଦ୍ରା ଦଳେଇ, ରୋଜି ଷଣ୍ଢ, ରାଧା ବାରିକ, ଲକ୍ଷ୍ମୀପ୍ରିୟା ବାରିକଙ୍କ ସମେତ ସମସ୍ତ ପିଲାଙ୍କ ସାହାଯ୍ୟ ଓ ସହଯୋଗରେ ଏହି ପୂଜାକାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
5