ଏରସମା, 21/09/2026, ଉତ୍କଳ voice news - utkalvoicenews.com(ଏରସମାରୁ ଅଂଶୁମାନ ମିଶ୍ରଙ୍କ ରିପୋର୍ଟ)
ତା. ୧୯/୦୯/୨୦୨୬: ଏରସମା ବ୍ଲକ ଅନ୍ତର୍ଗତ ବାଲିତୁଠ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ରାଧାଷ୍ଟମୀ ତିଥିରେ ଦୁର୍ଗାପୂଜା ନିମନ୍ତେ ମାଟି ପୂଜନ ଅନୁଷ୍ଠିତ ହୋଇଛି।
ବାଲିତୁଠସ୍ଥିତ ବେଲଗଛ ମୂଳରେ ଦୁର୍ଗାପୂଜାର କର୍ତ୍ତା ବିଜୟ ଦାସଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ପଣ୍ଡିତ ଗୋବିନ୍ଦ ଦାଶ ଓ ପ୍ରଭାକର ଦାଶ ପୂଜାବିଧି ସମ୍ପନ୍ନ କରିଥିଲେ।
ପୂଜାର୍ଚ୍ଚନା ପରେ ମା' ଦୁର୍ଗାଙ୍କ ମାଟିକୁ ବାଲିତୁଠ ବିଶ୍ୱନାଥ ମନ୍ଦିରକୁ ନିଆଯାଇଥିଲା। ସେଠାରେ ଦୁର୍ଗା ସପ୍ତମୀ ପର୍ଯ୍ୟନ୍ତ ମାଟିର ପୂଜା କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।
ଏହି ଅବସରରେ ବାଲିତୁଠ ଦୁର୍ଗାପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ଅନୁଷ୍ଠାନକୁ ଶାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।