ଉତ୍କଳ voice
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସ୍ୱଚ୍ଛତା ପାଇଁ ଏକାଠି ହେଲେ ଏନ୍‌ସିସି ଆଲୁମ୍ନି ସଦସ୍ୟ

ପାରାଦ୍ୱୀପ, 21/09/2026, ଉତ୍କଳ voice news - utkalvoicenews.com“ସ୍ୱଚ୍ଛତା ହିଁ ସେବା” ଓ “ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ” ବାର୍ତ୍ତା ନେଇ ବିଶ୍ୱକର୍ମା ପୂଜା ପରେ ପାରାଦ୍ୱୀପ କଲେଜ ଏନ୍‌ସିସି ଆଲୁମ୍ନି ଆସୋସିଏସନ୍‌ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଯାଇଛି।
Article Image
ପାରାଦ୍ୱୀପ ପୌରପାଳିକା ଓ ରୋଟାରୀ କ୍ଲବ, ପାରାଦ୍ୱୀପଙ୍କ ଆହ୍ୱାନକ୍ରମେ କମଳା ସିନେମା ହଲ୍‌ଠାରୁ କଲେଜ ଛକ ପର୍ଯ୍ୟନ୍ତ ବିଭିନ୍ନ ତୋରଣ, ପୂଜା ପେଣ୍ଡାଲ ଓ ରାସ୍ତାକଡ଼ରେ ସଫେଇ କାର୍ଯ୍ୟ କରାଯାଇଥିଲା। ଏହି ଅଭିଯାନରେ ଏନ୍‌ସିସି ଆଲୁମ୍ନି ସଦସ୍ୟ, ଏନ୍‌ସିସି କ୍ୟାଡେଟ୍‌ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ସାମିଲ ହୋଇ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ। ଏନ୍‌ସିସିର ଶୃଙ୍ଖଳା ଓ ସେବା ଭାବନାକୁ ସମାଜସେବା କ୍ଷେତ୍ରରେ ବିନିଯୋଗ କରିବା ଆଲୁମ୍ନି ଆସୋସିଏସନ୍‌ର ମୁଖ୍ୟ ଲକ୍ଷ୍ୟ ବୋଲି ଆୟୋଜକମାନେ କହିଥିଲେ। ସ୍ୱଚ୍ଛତା କେବଳ ଗୋଟିଏ ଦିନର ଅଭିଯାନ ନୁହେଁ, ବରଂ ଏହା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ ବୋଲି ଆୟୋଜକମାନେ ମତ ପ୍ରକାଶ କରିଥିଲେ। ଅଭିଯାନରେ ରୋଟାରୀ କ୍ଲବର ସଭାପତି ଅକ୍ଷୟ ଚନ୍ଦ୍ର ସୁତାର, ସମ୍ପାଦକ ଇଞ୍ଜିନିୟର କାଳୀ ପ୍ରସାଦ ମିଶ୍ର, ରୋଟାରିଆନ୍ ଅଲେଖ ଚନ୍ଦ୍ର ସାହୁ, ପାରାଦ୍ୱୀପ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ବରିଷ୍ଠ ପାରିଷଦ ଅଜିତ କୁମାର ଷଡ଼ଙ୍ଗୀ ଓ ପରିମଳ ବିଶେଷଜ୍ଞ ପ୍ରୀତିରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଏନ୍‌ସିସି ଆଲୁମ୍ନି ଆସୋସିଏସନ୍‌ର ଉପଦେଷ୍ଟା ଲେଫ୍ଟନାଣ୍ଟ ଅକ୍ଷୟ ଚନ୍ଦ୍ର ମିଶ୍ର, ସଭାପତି ଅମ୍ବିକା ପ୍ରସାଦ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବହୁ ଆଲୁମ୍ନି ସଦସ୍ୟ, ଏନ୍‌ସିସି କ୍ୟାଡେଟ୍‌ ଓ ସ୍ୱେଚ୍ଛାସେବୀ ଅଭିଯାନରେ ସାମିଲ ହୋଇଥିଲେ। “ସ୍ୱଚ୍ଛତା ହିଁ ସେବା—ସ୍ୱଚ୍ଛ ପାରାଦ୍ୱୀପ, ସୁସ୍ଥ ପାରାଦ୍ୱୀପ” ବାର୍ତ୍ତା ଦେଇ ନିଜ ଅଞ୍ଚଳକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ଦିଗରେ ସମସ୍ତେ ନିଜ ନିଜ ଦାୟିତ୍ୱ ନେବାକୁ ଆହ୍ୱାନ ଦିଆଯାଇଥିଲା।
7