ଉତ୍କଳ voice news - utkalvoicenews.com
Ads Left
Ads Right
POZECON |
Regd. No: OD -12-0034194
ଉତ୍କଳ ସ୍ବାଭିମାନ
utkalvoicenews.com

ସାମନ୍ତରାପୁରୁ ଗ୍ରାମରେ ଦୋଳ ମେଲଣ

ଏରସମା, 12/03/2025, ଉତ୍କଳ voice news - utkalvoicenews.com
Article Image
ଏରସମା ବ୍ଲକ ଅନ୍ତରଗତ ଚଟୁଆ ପଞ୍ଚାୟତର ସାମନ୍ତରାପୁର ଗ୍ରାମରେ ଦୋଳ ମେଲଣ ଅନୁଷ୍ଠିତ ହୋଇଯାଇଛି |ପ୍ରତିବର୍ଷ ସାମନ୍ତରାପୁର ଏକାଦଶୀ ତିଥିରେ ପ୍ରଥମ ମେଲଣ ହୋଇଥାଏ । ଦୀର୍ଘ ୧୦୦ ବର୍ଷ ରୁ ଉର୍ଦ୍ଧ ହେବ ଅନୁଷ୍ଠିତ ହେଉଥିବା ଏହି ମେଳଣରେ ୧୦ ଗୋଟି ଦୋଳ ବିମାନ ଚଟୁଆ ଛକ ଠାରୁ ପଟୁଆରେ ଗୋପୀନାଥ ମନ୍ଦିର ନିକଟକୁ ଆସିଥାନ୍ତି । ଘଣ୍ଟ ଘଣ୍ଟି ବାଜା,ବାଣ, ଭଜନ କୀର୍ତନ , ଲଉଡି ଖେଳ ,ଫଡ଼ିଖେଳ ସହିତ ବିରାଟ ପଟୁଆରରେ ସାମନ୍ତରାପୁର, ଚଟୁଆ, ଗବପୁର, ବିଜୁପୁରୁ , ପନାଡ଼ିଆ, ମଠ ,ବେଢୁଆ, ବଉଳାଙ୍ଗ, ବୋରିଖି , ବିମାନ ସବୁ ସାମନ୍ତରାପୁରୁ ଗୋପୀନାଥ ମନ୍ଦିର ନିକଟକୁ ଆସିଥାନ୍ତି | ଗୋପୀନାଥ ଠାକୁରଙ୍କ ନୀତି ନିୟମ ଅନୁସାରେ ଧୂପ ଦୀପ ଆଳତି,ଘଣ୍ଟ,ଘଣ୍ଟି ହରିବୋଲ ହୁଳହୁଳି ସହିତ ଗୋପୀନାଥ ଠାକୁରଙ୍କ ମନ୍ଦିର ମଣ୍ଡପରେ ପଣ୍ଡିତ ରଞ୍ଜନ କୁମାର ଦାଶ ପୂଜାର୍ଚ୍ଚନା କରିଥାନ୍ତି।ଚଳିତ ବର୍ଷ ଏହି ମେଲଣ ବହୁ ଆଡମ୍ବର ସହିତ ପାଳନ କରାଯାଇଛି|ପାରାଦୀପର ପୃର୍ବତନ ବିଧାୟକ ସମ୍ବିତ ରାଉତ ସାମନ୍ତରାପୁର ମେଳଣରେ ଯୋଗଦେଇଥିଲେ ।ଗ୍ରାମର ମୁରବୀ ପ୍ରଶାନ୍ତ ତ୍ରିପାଠୀ,ଶିବ ପ୍ରସାଦ ପଟ୍ଟନାୟକ, ଦୁର୍ଗା ପ୍ରସାଦ ପଟ୍ଟନାୟକ, ଶୁକଦେବ ସ୍ୱlଇଁ, ନରେନ୍ଦ୍ର ସ୍ୱlଇଁ , ନାରାୟଣ ସ୍ୱlଇଁ,ଅମିତ ରଥ,ହରିଆ ସ୍ୱlଇଁଙ୍କ ସମେତ ସାମନ୍ତରାପୁର ଗ୍ରାମବାସି ମାନେ ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିଥିଲେ।
1